ସଂସଦରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀଙ୍କ ଗୁଣ୍ଡାଗର୍ଦ୍ଦି ବିରୋଧର ବିକ୍ଷୋଭ ସମାବେଶ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ଵରେ ଜିଲ୍ଲା ବିଜେପି ପକ୍ଷରୁ ଏକ ବିକ୍ଷୋଭ ସମାବେଶ ସ୍ଥାନୀୟ ଫାଣ୍ଡିଛକରେ ଅନୁଷ୍ଠିତ ହୋଇଯାଇଅଛି। ରାହୁଲ ଗାନ୍ଧୀଙ୍କ ଆକ୍ରମଣରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୁରୁତର ଆହତ ହୋଇ ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାର ପ୍ରତିବାଦରେ ଆଜି ଆୟୋଜିତ ବିକ୍ଷୋଭ ସମାବେଶରେ ସଦର ବିଧାୟକ ମାନସ କୁମାର ଦତ୍ତ ଏହାକୁ ଘୋର ନିନ୍ଦା କରିବା ସହିତ କଂଗ୍ରେସକୁ ଚେତାବନୀ ଦେଇ କହିଛନ୍ତି କଂଗ୍ରେସ ତାର ଚରିତ୍ର ନ’ବଦଳାଇଲେ ଆଗାମୀ ଦିନରେ ଏହାର ପରିଣାମ ଭୟାଭୟ ହେବ। ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହାପାତ୍ର କଂଗ୍ରେସ ଦଳକୁ ହିଂସାର ପୃଷ୍ଟପୋଷକ ଓ ଗଣତନ୍ତ୍ରର ହତ୍ୟାକାରୀ ବୋଲି କହିଥିଲେ। ଏହା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଆକ୍ରମଣ ନୁହେଁ ଏହା ସମଗ୍ର ବାଲେଶ୍ଵର ସଂସଦୀୟ କ୍ଷେତ୍ର ଉପରେ ଆକ୍ରମଣ ବୋଲି କହିଥିଲେ। ସମାବେଶରେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଲମ୍ବୋଦର ନାୟକ, ଜୀବନ ପ୍ରଦୀପ ଦାଶ, ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ଶ୍ରୀନିବାସ ପ୍ରଧାନ, କମଳଲୋଚନ ଦାସ, ବିଜୟ ସାହୁ, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଗୌରାଙ୍ଗ ଦାସ, ପ୍ରବୀର ଶଙ୍କର ଦାସ, ଶିପ୍ରା ବାଜପେୟୀ, ଆଶିଷ ଘୋଷ, ବିକାଶ ପାଢୀ, ସୁଶାନ୍ତ ବେରା, ଶିପ୍ରାରେଖା ମହାପାତ୍ର, ଅନୀଲ ସାହୁ, ସନ୍ତୋଷ ସେଠୀ, ଚିତ୍ତରଞ୍ଜନ ପଣ୍ଡା, ସତ୍ଯଶିବସୁନ୍ଦର ଦାସ, ନିତ୍ୟ ଗୋପାଳ ସିଂ, ସୁସ୍ମିତା ପଣ୍ଡା, ମହୁଆ ପ୍ରଧାନ, ସସ୍ମିତା ଚାନ୍ଦ, ଅନନ୍ତ ନାୟକ, ଇଶ୍ଵର ଚନ୍ଦ୍ର ବେହେରା, ଭାରତୀ ପାତ୍ର, ସୁରଝଙ୍କାର ସେଠୀ, ସ୍ବାଧିନ ପଣ୍ଡା, ଅନ୍ନପୂର୍ଣ୍ଣା ଚାନ୍ଦ, ମଧୁଶ୍ରୀ ପଣ୍ଡା, ମମତା ମହାପାତ୍ର, କମଳା ବିନ୍ଧାଣି, ଶୈଳେନ୍ଦ୍ର ପ୍ରସାଦ ଦାଶ, ଶିରିଆ ଦାସ, ବିଜୟ ଭାରତୀ, ଜୋଗେନ ଚନ୍ଦ୍ର ରଣା, ବରୁଣ ବେହେରା, ଲକ୍ଷ୍ମୀକାନ୍ତ ବେହେରା, ବିପ୍ଳବ ଯାଦବ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ। ବିକ୍ଷୋଭ ସମାବେଶ ଉପରାନ୍ତେ ଉପସ୍ଥିତ କର୍ମୀ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ