ସଦର ବିଜେପି ପକ୍ଷରୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ

ବାଲେଶ୍ୱର, (ସରୋଜ ପଣ୍ଡା):ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନ ପରିସରରେ ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଉପରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆକ୍ରମଣ ସହ ରକ୍ତାକ୍ତ କରିବା ଘଟଣା ବିରୋଧରେ ସଦର ବିଜେପି ପକ୍ଷରୁ ବାଲେଶ୍ଵର ସହରର ଫାଣ୍ଡି ଛକରେ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ବିଜେପି କର୍ମୀମାନେ ଶ୍ରୀ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏହି ପ୍ରତିବାଦ ପ୍ରଦର୍ଶନରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗ ଦେଇ ଲୋକସଭା ବିରୋଧୀ ଦଳ ନେତା ଶ୍ରୀ ଗାନ୍ଧୀଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟଧାରାକୁ ତୀବ୍ର ନିନ୍ଦା କରିଥିଲେ। ଶ୍ରୀ ଗାନ୍ଧୀଙ୍କ ଆକ୍ରମଣରେ ସାଂସଦଆ ଶ୍ରୀ ଷଡଙ୍ଗୀ ଗୁରୁତର ଆହତ ହୋଇ ଦିଲ୍ଲୀର ରାମ ମୋନହର ଲୋହିଆ ହସପିଟାଲରେ ଚିକିତ୍ସିତ ହେବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦତ୍ତ କହିଥିଲେ। ଶ୍ରୀ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଉଦବେଗ ଜଣକ ଥିବା ବେଳେ ସଂସଦ ଭିତରେ ଜଣେ ଜନପ୍ରତିନିଧିଙ୍କୁ ଆକ୍ରମଣ କରିବା ରାହୁଲ ଗାନ୍ଧୀଙ୍କ ଅପରାଧିକ ମାନସିକତାକୁ ଦର୍ଶାଉଛି। ଏହି ଘଟଣାରେ ନିଜ ଭୁଲ ସ୍ୱୀକାର ପରିବର୍ତ୍ତେ ସଧାରଣରେ ଭ୍ରାନ୍ତ ଧାରଣା ଦେବାକୁ ଶ୍ରୀ ଗାନ୍ଧୀ ମିଛ ଓ କପୋଳକଳ୍ପିତ ବୟାନ ଜାରି କରୁଛନ୍ତି । ଶ୍ରୀ ଗାନ୍ଧୀଙ୍କ ଏହିଭଳି ଅପରାଧିକ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ଲଗାଇବା ଏକାନ୍ତ ଜରୁରୀ ହୋଇପଡିଛି ବୋଲି ଶ୍ରୀ ଦତ୍ତ କହିଛନ୍ତି । ସାଂସଦ ଶ୍ରୀ ଷଡଙ୍ଗୀଙ୍କ ଉପରେ ଆକ୍ରମଣ ଘଟଣାର ବିହୀତ ତଦନ୍ତ ପୂର୍ବକ ଆକ୍ରମଣକାରୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଇନଗତ ଦୃଢ଼ କାର୍ଯାନୁଷ୍ଠାନ ପାଇଁ ସେ ଦାବୀ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉମାକାନ୍ତ ମହାପାତ୍ର, ଗୌରାଙ୍ଗ ଦାସ, ସିପ୍ରା ବାଜପେୟୀ, ଶୁଭଙ୍କର ମହାପାତ୍ର, ସତ୍ୟସିବ ଦାଶ, ନିତ୍ୟଗୋପାଳ ସିଂ, ସସ୍ମିତା ନାଥ, ଅନନ୍ତ ନାୟକ, ମନୋହର ପେରିୱାଲ, ଯୋଗେନ ରଣା, ରାଜେଶ ମହାପାତ୍ର, ବିକାଶ ପାଢ଼ୀ, ରାଜେନ୍ଦ୍ର ଚାଟାର୍ଜୀ, ପ୍ରବୀର ଶଙ୍କର ଦାଶ, ଧିରଜ ମହାନ୍ତି, ମନୋରଂଜନ ନନ୍ଦି, ସୌଭାଗ୍ୟ ମାନସ ନାୟକ, ଶ୍ରୀୟା ଦାସ, ପର୍ଶୁରାମ ପରିଡା, ଆଶାଲତା ବାଡ଼ି, ବଳରାମ ପାତ୍ର, ପବନ କମିଳା, ଜିତେନ୍ଦ୍ର ପରମାଣିକ, ଦିଲ୍ଲୀପ ମାଝୀ, ମନ୍ମଥ ପାତ୍ର, ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ