କରୋନା ପଜିଟିଭ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ
ପୁରୀ,(ୱାଇଏନ୍ଏସ୍): ଶ୍ରୀମନ୍ଦିର ସେବାୟତଙ୍କ ଉପରେ ଲାଗିଲା କଟକଣା | ପଜିଟିଭ ଚିହ୍ନଟ ହୋଇଥିବା ସେବାୟତ ୧୭ ଦିନ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଯାଇପାରିବେନି | ପଜିଟିଭ ଥାଇ ଶ୍ରୀମନ୍ଦିର ଭିତରକୁ କଲେ ମାମଲା ରୁଜୁ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା | ପୁରୀ ଶ୍ରୀମନ୍ଦିରରେ ୪୫୦ ଜଣ ସେବାୟତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେବାୟତ ଚିହ୍ନଟ ହେବାପରେ ଏବେ ଶ୍ରୀଜିଉଙ୍କ ନୀତିକାନ୍ତିକୁ ନେଇ ଚିନ୍ତା ବଢିଯାଇଛି | ସେବାୟତ ସଂକ୍ରମିତ ହେଉଥିବାରୁ ପାଳିଆ ସେବାୟତଙ୍କୁ ନିଯୁକ୍ତି କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଯୋଜନା ଚଲାଉଛି | ଅପର ପକ୍ଷରେ ସଂକ୍ରମଣ ଆଶଙ୍କାରେ ଆଜି ପଜିଟିଭ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି |