କରୋନା ସତର୍କତା : ବନ୍ଦ ରହିବ ସେଲୁନ୍‌, ପାର୍ଲର, ସ୍ପା

ଭୁବନେଶ୍ବର : ସାରା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଥିବାବେଳେ ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେଶ୍‌ ସତର୍କତା ଅବଲମ୍ବନ କରୁଛନ୍ତି । ରାଜ୍ୟରେ ସମସ୍ତ ସ୍କୁଲ, କଲେଜ, ମଲ୍‌ ଆଦିକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖାଯାଇଥିବାବେଳେ ଆଜି ରାଜ୍ୟ ସରକାର କରୋନା ସତର୍କତା ପାଇଁ ସେଲୁନ, ପାର୍ଲର, ସ୍ପା ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ ଯାଏଁ ଏସବୁ ବନ୍ଦ ରଖିବାକୁ ସରକାରଙ୍କ ନିର୍ଦ୍ଦେଶ । ଗ୍ରାହକଙ୍କ ସହ ଏକ ମିଟର ଦୂରତା ସମ୍ଭବ ନଥିବାରୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଗହଳି ରୋକିବା ପାଇଁ ଭୁବନେଶ୍ଟରେ ଥିବା ସମସ୍ତ ହାଟଗୁଡିକୁ ମଧ୍ୟ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଖୋଲାଯାଉଛି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଗ୍ରୋସରୀ ଦୋକାନ, ଔଷଧ ଦୋକାନ ଓ କ୍ଷୀର ଦୋକାନ ଆଦି ଖୋଲା ରହୁଛି । କିନ୍ତୁ ସେଠାରେ ଗହଳି ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ