ବିନା ଲାଇସେନ୍ସରେ ନିକୃଷ୍ଟ ମାନର ଖାଦ୍ୟ ବିକୁଛନ୍ତି ବ୍ୟବସାୟୀ କର୍ତୃପକ୍ଷ ଚୁପ କାହିଁକି ?

ତିର୍ତୋଲ, (ଅଭିଷେକ ତ୍ରିପାଠୀ): ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଓ ନିଜକୁ ଶିଳ୍ପ ସମୃଦ୍ଧ ଜିଲ୍ଲା କହି ଡିଣ୍ଡିମ ପିଟୁଥିବା ଜଗତସିଂହପୁର ଜିଲ୍ଲା ର ସ୍ୱାସ୍ଥ୍ୟ କେତେ ଯେ ନଗ୍ନ ଅବସ୍ଥାରେ ରହିଛି ତାହା ଆଜି ମଧ୍ୟ ଦେଖେଣl ହାରିଙ୍କ ପାଇଁ ଦେଖିବା ଚିତ୍ର ଭଳି ରହିଛି l ଆମେ ଏଠାରେ କହୁଚୁ ଜଗତସିଂହପୁର ଜିଲ୍ଲା ରେ ଖାଦ୍ୟ ବ୍ୟବସାୟ କରି ମାଲାମାଲ ହେଉଥିବା କିଛି ଅସାଧୁ ବ୍ୟବସାୟୀ ଙ୍କ କଥା l କେନ୍ଦ୍ର ସରକାରଙ୍କର ଗାଇଡଲାଇନ ଅନୁଯାଇ FSSAI ଲାଇସେନ୍ସ କୁ ବାଧ୍ୟତାମୂଳକ କରାଯାଇଥିବା ବେଳେ, ଏଠାରେ କିନ୍ତୁ ସ୍ଥିତି ପୁରା ଓଲଟା, ତଳରୁ ଆରମ୍ଭ କରି ଉପର ପର୍ଯ୍ୟନ୍ତ କେହିବି ନିୟମ ମାନିବାକୁ ନାରାଜ l ସମ୍ବିଧାନ ବର୍ଣିତ ଧାରା (31 fss act -2006) ଅନୁଯାଇ ଖାଦ୍ୟ ବିକ୍ରୟ ପାଇଁ fssai ଲାଇସେନ୍ସ ନିଶ୍ଚିତ କରାଯାଇ ଥିବା ବେଳେ, ଜିଲ୍ଲା ର ବହୁତ ବଡ ବଡ ମିଠା ଦୋକାନ ହେଉ ଅବା ଜଳଖିଆ ବା ହୋଟେଲ, ସମସ୍ତେ ନିଜ ନିଜ ର ଢାଞ୍ଚା ବଦଳାଇ ନିଜର ବ୍ୟବସାୟିକ ସାମ୍ରାଜ୍ୟ ବୃଦ୍ଧି କରିବାକୁ ଯାଇ ଖାଦ୍ୟ ସୁରକ୍ଷା ର ମାନ ପ୍ରତି ଦୃଷ୍ଟି ଦେବାକୁ ଯେମିତି ପାଦରେ ଦଳି ଦେଉଛନ୍ତି l ଏମିତିକି କରୋନା ଲକଡାଉନ ସମୟରେ ମଧ୍ୟ ପ୍ରତ୍ୟେକ ଦିନର ବଳକା ଖାଦ୍ୟକୁ ଫ୍ରିଜ ରେ ରଖି ପରଦିନ ଗ୍ରାହକ ମାନଙ୍କୁ ପରସିଦେଉଛନ୍ତି l ତେବେ ଏହି ଘଟଣା ମାନ ଜିଲ୍ଲା ପ୍ରଶାସନ ର ନାକ ତଳେ ଚାଲୁଥିବାବେଳେ, ସରକାରୀ ବାବୁ ମାନେ ଶୀତତାପ ନିୟନ୍ତ୍ରିତ କୋଠରୀ ରେ ବସି ବଡ ବଡ ଅସାଧୁ ବ୍ୟବସାୟୀଙ୍କ ମତରେ ପଡି ଜନସାଧାରଣ ମାନଙ୍କ ସ୍ୱାସ୍ଥ୍ୟ କୁ ବିପଦକୁ ଠେଲି ଦେଇ ନିଜେ ମାଲାମାଲ ହେଉଛନ୍ତି l ତେବେ ଏଠାରେ ଅଭିଯୋଗ ଉଠୁଛି ଯେ ଯଦି ସାଧାରଣ ଲୋକେ ଏହି ଘଟଣା ମାନ ବିଷୟରେ ଜାଣିପାରୁଛନ୍ତି, ତେବେ ଜିଲ୍ଲା ର ଜିଲ୍ଲାପାଳ କାହିଁକି ବା ଜାଣିପାରୁନାହାନ୍ତି ? ତେବେ ବ୍ୟବସାୟୀ ବଡ ହେଉବା ଛୋଟ, ଆଇନ ସମସ୍ତଙ୍କ ପାଇଁ ସମାନ, ତେଣୁ fssai ଲାଇସେନ୍ସ କୁ ବାଧ୍ୟତା ମୂଳକ କରାଗଲେ, ତାହା ଜନସାଧାରଣ ଙ୍କ ହିତରେ କାର୍ଯ୍ୟ କରୁଛି ବୋଲି ଜଣାପଡିବ l ତେବେ ସବୁଠୁ ବଡ କଥା ହେଲା ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁଛି କେବେ ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ