କରୋନାରୁ ମୁକ୍ତିପାଇଁ ଅନ୍ଧବିଶ୍ୱାସ ଜଣେ ଗିରଫ

ପାରଳାଖେମୁଣ୍ଡି (ତାରିଣାୀ ପ୍ରସାଦ ପଣ୍ଡା) : ସାରା ବିଶ୍ୱରେ କରୋନା ମହାମାରୀର ଆତଙ୍କରେ ସାଧାରଣ ବିଭିନ୍ନ ଭାବେ ଭୟଭିତ ହୋଇ ରହିଛନ୍ତି । ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ବିଭିନ୍ନ ଗୁଜବ ଦ୍ୱାରା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେବାରେ ଲାଗିଛନ୍ତି କିଛି ବ୍ୟକ୍ତି । ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଗଜପତି ଜିଲ୍ଲାରେ ଦେଖା ଦେଇଛି ଗୋଷାଣୀ ବ୍ଲକର ରାମଚନ୍ଦ୍ରପୁର ଗ୍ରାମରେ ଜଣେ ବ୍ୟକ୍ତି କରୋନାରୁ ମୁକ୍ତି ପାଇବା ପାଇଁ ଅନ୍ଧବିଶ୍ୱାସକୁ ଆପଣେଇ ଗିରଫ ହୋଇଛନ୍ତି । ଲକ୍ଷୀ୍ମ ନାରାୟଣ ପାତ୍ର ନାମକ ଏହି ବ୍ୟକ୍ତି ଜଣକ ନିଜ ଅନ୍ଧବିଶ୍ୱାସ ଦ୍ୱାରା ଗତକାଲି ସକାଳେ ରାମଚନ୍ଦ୍ରପୁର ଗ୍ରାମରେ ଥିବା ମଣ୍ଡପ ଠାରେ ଭଜନ କିର୍ତ୍ତନ କରିଥିଲେ । ପରେ ବ୍ୟକ୍ତି ଜଣକ ଗାଁ ଦାଣ୍ଡ ରାସ୍ତାରେ ଦିନ ତମାମ ନିଜ ଗୋଡ ହାତ ବାନ୍ଧି ତାଳି ମାରି ଭଜନ କରି ଖରାରେ ପଡିରହିଥିଲେ । ତାଙ୍କରି ବିଶ୍ୱାସ ଥିଲା ଏପରି କରିବା ଦ୍ୱାରା ଭଗବାନ ସନ୍ତୁଷ୍ଟ ହେବେ ଏବଂ କରୋନା ରୋଗରୁ ମୁକ୍ତି ଦେବେ । ଏଭଳି ଅନ୍ଧବିଶ୍ୱାସ ଖେଳ ଦିନ ତମାମ ରାମଚନ୍ଦ୍ରପୁର ଗ୍ରାମରେ ଲାଗି ରହିଥିଲା । ଏହି ଗ୍ରାମଟି ଗଜପତି ଜିଲ୍ଲାର ଗାରାବନ୍ଧ ଥାନା ଠାରୁ ମାତ୍ର ୨କିମି । ତଥାପି ଏହାର କୌଣସି ସୁଚନା କିମ୍ବା ଟେର ପୋଲିସ ଠାରେ ପହଞ୍ଚି ନ ଥିଲା । ଗତକାଲି ଅପରାହ୍ନରେ ଏହି ଘଟଣା କେତେକଙ୍କ ଦ୍ୱାରା ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଗାରବନ୍ଧ ପୋଲିସ ଜାଣିଥିଲେ । ଏହାପରେ ପୋଲିସ ଗ୍ରାମରେ ପହଞ୍ଚି ଏହି ଅନ୍ଧବିଶ୍ୱାସର ଖେଳକୁ ବନ୍ଦ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ଆଣିଥିଲେ । ଏଭଳି ଗୁଜବ ଓ ଅନ୍ଧବିଶ୍ୱାସକୁ ଆପଣେଇବା କିମ୍ବା ପ୍ରଚାର କରିବା ଦଣ୍ଡନୀୟ ଅପରାଧ ଅଟେ । ତେଣୁ ଏହାର ତଦନ୍ତ କରି ଗାରବନ୍ଧ ପୋଲିସ କେସ ନଂ ୨୩/୨୦ରେ ମକଦ୍ଦମା ରୁଜୁ କରି ସମ୍ପୃକ୍ତ ଲକ୍ଷୀ୍ମ ନାରାୟଣ ପାତଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ