କରୋନା କଟକଣା ମଧ୍ୟରେ ଦୁର୍ଗାପୂଜା ଆରମ୍ଭ;ଜନଶୂନ୍ୟ ମଣ୍ଡପ

ଯୋଡା,(ସମୀର କୁମାର ଦାସ): ପାର୍ବଣଋତୁ ଆଗମନରେ ସାରାବର୍ଷ ଭକ୍ତମାନେ ଚାହିଁ ବସିଥିବା ବେଳେ ମହାମାରୀ କରୋନା କଟକଣା ମଧ୍ୟରେ ଚଳିତବର୍ଷ ଖଣି ସହର ଯୋଡାରେ ଆରମ୍ଭ ହୋଇଛି ଜଗତ ଜନନୀ ମା’ଙ୍କ ଦୁର୍ଗାପୂଜା । ପ୍ରାୟ ୪ଫୁଟ ଉଚ୍ଚତା ବିଶିଷ୍ଟ ମୃଣ୍ମୟୀ ମୂର୍ତ୍ତୀ ନିର୍ମାଣ ହୋଇଥିବା ବେଳେ ଗୁରୁବାର ଷଷ୍ଠୀ ପୂଜା, ଶୁକ୍ରବାର ସପ୍ତମୀ ଓ ଶନିବାର ଅଷ୍ଟମୀ ପୂଜା ହୋଇଥିଲା । ବିନା ଡାକବାଜି ଯନ୍ତ୍ରରେ ମଣ୍ଡପରେ ପୂଜକଙ୍କ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ପ୍ରାୟ ୭ ଜଣ କର୍ମକର୍ତ୍ତା ଉପସ୍ଥିତିରେ ମାଙ୍କ ପୂଜା ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି । ସରକାରୀ ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରାଯାଇ ହାତଗଣତି ଶ୍ରଦ୍ଧାଳୁ ଦର୍ଶନ କରୁଥିବା ଦେଖାଯାଇଛି । ପୂଜା ମଣ୍ଡପରେ ଜନଶୂନ୍ୟ ହୋଇଥିବା ବେଳେ ବିନା ଭକ୍ତଙ୍କ ଉପସ୍ଥିତିରେ ପୂଜା ପାଉଛନ୍ତି ମା ଦୁର୍ଗା । ପଣ୍ଡିତ ମାନେ ନୀତିକାନ୍ତ ସମ୍ପନ୍ନ କରୁଥିବା ବେଳେ କେବଳ ସୀମିତ ଓ ହାତଗଣତି ନିର୍ଦ୍ଧାରିତ ଲୋକେ ଉପସ୍ଥିତ ରହିଥିବାର ଦେଖାଯାଇଛି । ଯୋଡା ସହରରେ ୪ଟି ପୂଜା ମଣ୍ଡପରେ ମାଙ୍କ ପୂଜାର୍ଚ୍ଚନା ହେଉଥିବା ବେଳେ ପଶ୍ଚିମ ଯୋଡାରେ କୋଭିଡ୍ ହସ୍ପିଟାଲ ନିକଟରେ ଥିବାରୁ ସେଠାରେ କେବଳ ଫଟୋ ପୂଜା କରାଯାଇ ବିଦ୍ଧି ରକ୍ଷା କରାଯାଉଛି । ଖଣି ଅଂଚଳ ବିଲେଇପଦା ଓ ଜୁରୁଡି ଠାରେ ମଧ୍ୟ ଦୁର୍ଗାପୂଜା କରୋନା କଟକଣାକୁ ପାଳନ କରାଯାଇ ପୂଜାର୍ଚ୍ଚନା ଚାଲିଛି । ଜୁରୁଡିର ପୂଜା ଆୟୋଜକ ମହେନ୍ଦ୍ର କୁମାର ମହାନ୍ତି, ସୁରେନ୍ଦ୍ର କୁମାର ମହାନ୍ତି, ପ୍ରଭୁରଂଜନ ଶତପଥୀ, ଚୈତନ୍ୟ ପେଣ୍ଠେଇ ପ୍ରମୁଖ କହିଛନ୍ତି ଯେ, ହୋମଯଜ୍ଞ ଚଣ୍ଡୀପାଠ ସ୍ୱଳ୍ପ ଶ୍ରଦ୍ଧାଳୁଙ୍କ ମଧ୍ୟରେ କରାଯାଇଛି । ସାମାଜିକ ଦୂରତାକୁ ରକ୍ଷା କରାଯାଇ ଖଣି ଅଂଚଳର ଶହଶହ ଶ୍ରଦ୍ଧାଳୁ ସେଠାରେ ଦର୍ଶନ କରୁଛନ୍ତି । ତେଣେ କରୋନା ପାଇଁ ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ବିଭିନ୍ନ ଖଣିରେ ଶ୍ରମିକ ଅଶାନ୍ତି ଲାଗିରହିଥିବାରୁ ଶ୍ରମିକ ମାନେ ଉଚିତ୍ ବୋନସ୍ ମଧ୍ୟ ଚଳିତ ବର୍ଷ ପାଇନାହାନ୍ତି । ଏଣୁ ବଜାର ଉପରେ ଏହାର ସିଧା ପ୍ରଭାବ ପଡିଥିବା ବିଶିଷ୍ଟ ବ୍ୟବସାୟ ମଦନ ମୋହନ ବାରିକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ