କରୋନା ପ୍ରତିରୋଧକ ହୋମିଓପ୍ୟାଥିକ ଔଷଧ ବଂଟନ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ତିହୁଡାସ୍ଥିତ ଜାଗୁଳାଇ ମନ୍ଦିର ପରିସରରେ ଭାରତ ବିକାଶ ପରିଷଦ ଓ ଶ୍ରୀ ଜଗନ୍ନାଥ ପଂଚରାତ୍ର ସମିତି ଆନୁକୂଲ୍ୟରେ କରୋନା ପ୍ରତିରୋଧକ ହୋମିଓପ୍ୟାଥିକ ଔଷଧ ବଂଟନ କରାଯାଇଛି । ବାବା ସତ୍ୟାନନ୍ଦ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଶିବିରରେ ଭାରତ ବିକାଶ ପରିଷଦ ଭୁବନେଶ୍ୱର ଶାଖାର ଉପସଭାପତି ଗୈାରାଙ୍ଗ ନାୟକ, ଜଗନ୍ନାଥ ପଂଚରାତ୍ର ସମିତିର ସଂପାଦକ ପ୍ରଭାକର ମଲିକ, ନିରଂଜନ କର, ମିହିର ଜେନା, ଦିବ୍ୟ ସ୍ୱରୂପା ମହାନ୍ତି, ମିହିର ଜେନା, ନିରଂଜନ କର, ନିରଞନ ମହାନ୍ତି, ସୁକାନ୍ତ ଲେଙ୍କା ଆଦି ଯୋଗ ଦେଇ ଶିବିରକୁ ପରିଚାଳନା କରିଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ହୋମିଓ ପ୍ୟାଥିକ ଔଷଧ ବଂଟନ କରାଯିବା ସହିତ ଏହାକୁ କିପରି ଖାଇବେ ତାହାର ପ୍ରଣାଳୀ ମଧ୍ୟ ବୁଝାଇ ଦିଆଯାଇଥିଲା । ଏହି ଔଷଧ ଖାଇବା ଦ୍ୱାରା ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।