କରୋନା ମୁକ୍ତ ବୁଗୁଡା ବ୍ଲକ

ବୁଗୁଡା,( ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅକ୍ଟୋବର ୨୪ ତାରିଖରେ କରୋନା ମୁକ୍ତ ହୋଇଥିବା ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ସହ କରୋନା ସ୍ଥିତି ବିଷୟରେ ଆଲୋଚନା ବେଳେ ଜଣାପଡିଛି। ବୁଗୁଡା ବ୍ଲକରେ ଗତ କିଛିଦିନ ହେଲା କରୋନା ସଂକ୍ରମଣ ଶୁନ୍ୟ ହୋଇଥିବା ବେଳେ, କେବଳ ଭୁବନେଶ୍ୱରର ସମ ଓ ଆମ୍ରି ହସପିଟାଲରେ ଦୁଇ ଜଣ ଚିକିତ୍ସାଧୀନ ଥିଲେ। ଅକ୍ଟୋବର ୨୨ ତାରିଖରେ ଜଣେ ଡିସଚାର୍ଜ ହୋଇଥିବା ବେଳେ ୨୩ ତାରିଖରେ ଆଉ ଜଣେ ଡିସଚାର୍ଜ ହେଲେ। ଯାହା ଫଳରେ ବୁଗୁଡା ବ୍ଲକ ବର୍ତ୍ତମାନ ସମ୍ପୂର୍ଣ୍ଣ କରୋନା ମୁକ୍ତ ବ୍ଲକ ହୋଇପାରିଛି। ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତ କିଛିଦିନ ଧରି ନୂତନ ସଂକ୍ରମଣ ନବାହାରି କରୋନା ମୁକ୍ତ ଥିବାବେଳେ ଅକ୍ଟୋବର ୨୩ ତାରିଖରେ ଜଣେ ପଜିଟିଭି ଚିହ୍ନଟ ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ