କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ପବିତ୍ର ଧନତେରାସ ଉତ୍ସବ ଉପଲକ୍ଷେ ସହରର ମଢିଆଳ ବଜାରସ୍ଥିତ ଅମର ମାର୍କେଟ କମ୍ପେ୍ଲକ୍ସ ବ୍ୟବସାୟୀ ସଙ୍ଘ ପକ୍ଷରୁ କେନ୍ଦ୍ରାପଡା ଟାଉନ ଥାନାର ୨ନମ୍ବର ଫାଣ୍ଡିର ଭାରପ୍ରାପ୍ତ ହାବିଲଦାର ନରେନ୍ଦ୍ର ନାଥ ସୋରେନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ କୋଭିଡ ଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ କରାଯାଇଛି । କୋଭିଡ ଲକଡାଉନ ଓ ସଟଡାଉନ ସମୟରେ ସହରର ଆଇନ ଶୃଙ୍ଖଳା ରକ୍ଷା କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିବା ସହ ଅସହାୟ ଓ ବୁଲା ପଶୁମାନଙ୍କୁ ନିଜ ଖର୍ଚ୍ଚରେ ଖାଦ୍ୟ ପ୍ରଦାନ କରିବା ଭଳି ଘଟଣା ଶ୍ରୀ ସୋରେନଙ୍କ ମହାନତାର ପରିଚୟ ଦେଇଛି । ଶ୍ରୀ ସୋରେନଙ୍କ ଏଭଳି କାର୍ଯ୍ୟ ନିମନ୍ତେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ୟବସାୟୀ ସଙ୍ଘର ସଭାପତି ମହମ୍ମଦ ନିଆଜୁଦ୍ଦିନ, ସମ୍ପାଦକ ମନୋଜ କୁମାର ବେହେରା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଶାଖା ପରିଚାଳକ ଚିତ୍ତରଞ୍ଜନ ମିଶ୍ର, ଦୟାନିଧି ମର୍ଦ୍ଦରାଜ, ସରୋଜକାନ୍ତ ସାହୁ, ସେକ ଅନଜାନ, କେଶବ ଚରଣ ସାହୁ, ଉତ୍ପଳ ଚାଟାର୍ଜୀ, ରହିମଉଲ୍ଲା ଖାନ, ଅବଦୁଲ ସାଜିଦ ଖାନ, ମନ୍ମଥ ସିଂ, ସେକ ସମସେର, ହୃଷିକେଶ ଦଳେଇ, ସେକ ଆସିଫ, ସେକ ଚନ୍ଦନ, ଅଜମଦ ଅଲ୍ଲୀ, ସେକ ଜଲାଲ, ସେକ ରମଜାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, କମଳାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ବ୍ୟବସାୟୀମାନଙ୍କୁ ଉତ୍ସାହିତ କରିଥିଲେ ।