କରୋନା ରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରଲୋକ

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲ୍ଲାରେ କରୋନା ଯେଭଳି ଭାବରେ ହୁହୁ ହୋଇ ବଢି ଚାଲିଛି ତାହାରି ମଧ୍ୟରେ ଦିଗପହଣ୍ଡି ଏନ୍ଏସି ଓ ବ୍ଲକ ଅଞ୍ଚଳରେ ମଧ୍ୟ ତାହାର ଭୟାନକ ରୂପ ପ୍ରତିଫଳିତ ହୋଇଥିବା ଦେଖାଯାଇଛି। ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭିଷ୍ମଗିରି ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ସିମାଞ୍ଚଳ ପଣ୍ଡାଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି।ସେ ପ୍ରତି ମାସରେ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ନିଜର ସ୍ଵାସ୍ଥ୍ୟ ପରୀକ୍ଷା କରି ଆସୁଥିବା ବେଳେ କିଛିଦିନ ପୂର୍ବେ ହସପିଟାଲ ରେ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଚାହିଁଥିଲେ। ତାଙ୍କ ଠାରେ ଜ୍ଵର ଲକ୍ଷଣ ଥିବାରୁ ହସପିଟାଲ କର୍ତ୍ତୃପକ୍ଷ ତାଙ୍କର ପ୍ରଥମେ କରୋନା ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ।କରୋନା ପରୀକ୍ଷାରେ ରିପୋର୍ଟ ପଜେଟିଭ ବାହାରିବା ପରେ ତାଙ୍କୁ ସେଠାକାର କୋଭିଡ ଓ୍ଵାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଥିଲା।ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଭୋର ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କର ଆକସ୍ମିକ ବିୟୋଗରେ ଦିଗପହଣ୍ଡି ବ୍ଳକ ବିଜେପି କାର୍ଯ୍ୟକର୍ତ୍ତା ଶୁଭେନ୍ଦୁ ପାଢ଼ୀ, ମନୋଜ କୁମାର ପଣ୍ଡା ଏବଂ ମହନ୍ତ ଚିନ୍ମୟାନନ୍ଦ ଦାସ ମହାରାଜ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ