କରୋନା ସତର୍କତା ଜଗତସିଂହପୁର ଜିଲ୍ଲାର ଜାରି ହେଲା ୧୪୪ ଧାରା

ପାରାଦ୍ୱୀପ (ପୀତବାସ ପ୍ରଧାନ) : କୋଭିଡ-୧୯ କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ମେ ୩ ତାରିଖ ଦିନ ସମଗ୍ର ଜିଲ୍ଲାରେ ୧୪୪ ଧାରା ଜାରି କରିଛି । ଏହି କର୍ଫ୍ୟୁ ପ୍ରତ୍ୟହ ସଂନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ ଜରୁରୀ କାଳୀନ କାର୍ଯ୍ୟ ବ୍ୟତୀତ ଜିବା ଆସିବା ଓ ଦୁଇଜଣ ରୁ ଉର୍ଦ୍ଧ୍ୱ ଏକାଠି ହେବା ନିଷେଧ କରାଯାଇଛି । ପ୍ରକାଶ ଥାଉକି ଜଦିଓ ଜଗତସିଂହପୁର ଜିଲ୍ଲା କରୋନା ସଂକ୍ରମଣ କ୍ଷେତ୍ରରେ ସବୁଜ ବଳୟ ମଧ୍ୟରେ ଆସୁଛି, କିନ୍ତୁ ସାମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନ ସାଧାରଣଙ୍କ ଜୀବନ ରକ୍ଷା ପାଇଁ ଏହି ନିଷେଧାଦେଶ ଜାରି କରାଜାଇଛି ବୋଲି ଜଗତସିଂପହୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ