କରୋନା ସମ୍ପର୍କରେ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ

ବାଲେଶ୍ୱର : ସଦଭାବନା ସଭାଗୃହରେ କରୋନା ସଂକ୍ରମଣ ସଚେତନତା ସମ୍ପର୍କରେ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ମାନ୍ୟବର ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ସଦର ବିଧାୟକ ମଦନମୋହନ ଦତ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ, ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀଙ୍କ ପ୍ରତିନିଧି ଉମାକାନ୍ତ ମହାପାତ୍ର, ନୀଳଗିରି ବିଧାୟକଙ୍କ ପ୍ରତିନିଧି ଗଙ୍ଗାଧର ମିଶ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିବା ବେଳେ ବିଭିନ୍ନ ଜିଲ୍ଲା ପରିଷଦ ସଭ୍ୟା-ସଭ୍ୟା ଏବଂ ବିଭାଗୀୟ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପିଡି ଡିଆରଡିଏ ରାମଚନ୍ଦ୍ର ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ପରିଷଦ ସଭାପତି ନିବେଦିତା ମହାନ୍ତି ବୈଠକର ଆଭିମୁଖ୍ୟ, କରୋନା ସଂକ୍ରମଣର ଭୟାବହତା ଏବଂ ଏହାକୁ ମୁକାବିଲା କରିବା ପାଇଁ ଜନସଚେତନତା ସୃଷ୍ଟି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମଂଚାସୀନ ଅତିଥିମାନେ କରୋନା ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିବା ସହ ଆଗକୁ ଆହୁରି କାମ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇ କରୋନାର ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବାନାର୍ଜୀ ପ୍ରସାଦ ଛୋଟରାୟ ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ସଂପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ବିଭିନ୍ନ ନିର୍ଦ୍ଦେଶ ସମ୍ପର୍କରେ ଏହି ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା । ବୈଠକରେ କରୋନା ଭୂତାଣୁ ସଂକ୍ରମଣ ବାବଦରେ ଗ୍ରାମ ପଂଚାୟତ, ପଂଚାୟତ ସମିତି, ଜିଲ୍ଲା ପରିଷଦମାନ ସ୍ତରରେ କିଭଳି ସଚେତନତା କରାଯାଉଛି ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଶେଷରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ