କରୋନା ସମୟରେ ଉକୃଷ୍ଟ ସେବା ପାଇଁ ଜନ୍ତ୍ରୀ ସମ୍ମାନିତ
ସୋରଡା, (ରଜନୀ କାନ୍ତ ମହାପାତ୍ର):ସୋରଡା ପୌରପରିଷଦ ର କନିଷ୍ଠ ଜନ୍ତ୍ରୀ ସତ୍ୟ ନାରାୟଣ ସାହୁ କରୋନା ସମୟ ରେ ଉକୃଷ୍ଟ ସେବା ପ୍ରଦାନ ପାଇଁ ସମ୍ମାନିତ ହେଇଛନ୍ତି। ଅଲ ଇଣ୍ଡିଆ ଇନଷ୍ଟିଟ୍ୟୁଟ ଅଫ ପବ୍ଲିକ ଏଣ୍ଡ ଫିଜିକାଲ ହେଲ୍ଥ ସାଇଇନ୍ସ ତରଫରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସୋରଡା ପୌରପରିଷଦ ରେ ଜନସାଧାରଣ ଙ୍କ ସୁରକ୍ଷା କୁ ଦ୍ରୁଷ୍ଟି ରେ ରଖୀ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସହ ଲକ ଡାଉନ ଏବଂ ଶଟ ଡାଉନ କୁ ସଫଳ କରିବାରେ ବେସ ଗୁରୁତର ଭୂମିକା ଗ୍ରହଣ କରିଥିଲେ। ଏପରିକି ଲୋକ ଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେବା, ପୌରପରିଷଦ ରେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ସହ ସବୁଠାରୁ ଶ୍ରେଷ୍ଠ ଭୂମିକା ଥିଲା ଅନବରତ ଭାବେ ସହର ରେ ବ୍ୟାପକ ସଫେଇ କାର୍ଯ୍ୟ ତ୍ବରାନିତ କରିବାରେ ସତ୍ୟ ନାରାୟଣ ସାହୁ ଙ୍କ ଭୂମିକା ଅଧିକ ଥିଲା। ଏପରିକି ସକାଳ ୩ ଟା ରୁ ଉଠିବା ସହ ସହର ର ସମସ୍ତ ଚା ପାନ ଦୋକାନ କୁ ତାଗିଦ କରିବା ସହ ଲକ ଡାଉନ ନିୟମ କୁ କଡାକଡି ଭାବେ ପାଳନ କରିବା ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏପରିକି କାରୋନା ସମୟ ରେ ନିର୍ଭୟ ରେ କାମ କରିବା ସହ ଦିନ ରାତି ଏକ କରିଦେଇଛନ୍ତି ଲୋକ ଙ୍କ ସୁରକ୍ଷା ପାଇଁ। କନିଷ୍ଠ ଜନ୍ତ୍ରୀ ଙ୍କ ଏହି ଉତମ ପ୍ରଚେଷ୍ଟା ପାଇଁ ତାଙ୍କୁ ନିଜର ଉଛର୍ଗୀ କୃତ କାମ ପାଇଁ ସମ୍ମାନିତ କରାଯାଇଛି। କନିଷ୍ଠ ଜନ୍ତ୍ରୀ କୁ ଏହି ସମ୍ମାନିତ ମିଳିବ ପରେ ଅଭିନନ୍ଦନ ର ସୁଅ ଛୁଟିଛି।