“ବିଷ୍ଣୁ ଙ୍କ ପରେ କିଏ ଧରିବ ତିର୍ତୋଲ ମଙ୍ଗ ରାଜନୀତି ଚଳଚଞ୍ଚଳ”

ତିର୍ତୋଲ, (ଅଭିଷେକତ୍ରିପାଠୀ):ସବୁ କାର୍ଯ୍ୟ ରେ ବାଧା ସୃଷ୍ଟି କରିଛି କରୋନା ଭୁତାଣୁ, ହେଲେ ତା ଭିତରେ ବି ତିର୍ତୋଲ ଉପ-ନିର୍ବାଚନ ପାଇଁ ସଜବାଜ ହେଲେଣି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ,lଉପ -ନିର୍ବାଚନ ନେଇ ସରଗରମ ହୋଇ ଆସୁଥିବା ତିର୍ତୋଲ ରାଜନୀତିରେ ସିଟ ହାତେଇବାକୁ ନେଇ ତିନି ପ୍ରମୁଖ ଦଳର ନେତା ମାନେ ନିଜ ନିଜର କର୍ମୀ ମାନଙ୍କୁ ଲୁଚା ଛପାରେ ଭେଟୁଥିବା ବେଳେ ଗୋପନୀୟ ବୈଠକ ମାନ ଚଳାଇଛନ୍ତି l୨୦୧୯ ସାଧାରଣ ନିର୍ବାଚନ କ୍ଷେତ୍ରରୁ ବର୍ଷିଆନ ରାଜନେତା ବିଷ୍ଣୁ ଦାସ ନିର୍ବାଚିତ ହୋଇଥିଲେ l କିନ୍ତୁ ପୂର୍ବରୁ ତିର୍ତୋଲ ବିଧାନସଭା ଆସନ ଗଠନ ହେବା ପରଠାରୁ ୧୯୭୧ ମସିହା ପରଠାରୁ ପ୍ରଥମେ ଉତ୍କଳ କଂଗ୍ରେସ ରୁ ନେଇ ୧୯୯୫ ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସ ର ହାତରେ ଥିଲା ତିର୍ତୋଲ, କିନ୍ତୁ ପରବର୍ତୀ ସମୟରେ ବିଜେଡି ପରେ କଂଗ୍ରେସ ପରେ ପୁଣି ବିଜେଡି ର ଦବଦବା ଦେଖିବାକୁ ମିଳିଥିଲା l ଏହା ପରଠାରୁ ତିର୍ତୋଲ ପାଲଟି ଥିଲା ବିଜେଡି ର ଗଡ, ଲଗାତାର ବିଜେଡି ପ୍ରାର୍ଥୀ ବିଜୟୀ ହେବା ସହ ନିଜର ପତିଆରା ଜାହିର କରିପାରିଛନ୍ତି l ବର୍ତମାନ ତିର୍ତୋଲ ବିଧାନସଭା କ୍ଷେତ୍ରରେ ତିନି ଦଳର ପ୍ରମୁଖ ଆଶାୟୀ ମାନଙ୍କ ସଂଖ୍ୟା ଅନେକ ଥିବା ବେଳେ, ସେମାନଙ୍କ ମଧ୍ୟ ରୁ କଂଗ୍ରେସ ର ରାଜକିଶୋର ବେହେରl, ପ୍ରତିମା ମଲ୍ଲୀକ, ଦେବୀପ୍ରସାଦ ମଲ୍ଲୀକଙ୍କ ନାମ ଚର୍ଚାକୁ ଆସୁଥିବା ବେଳେ ବିଜେଡିରୁ ସ୍ବର୍ଗତ ବିଷ୍ଣୁ ଦାସ ଙ୍କ ସୁପୁତ୍ର ବିଜୟ ଶଙ୍କର ଦାସ, ନାରୀନେତ୍ରୀ ମିନତୀ ବେହେରା ଓ ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇ ଙ୍କ ନାମ ମଧ୍ୟ ଚର୍ଚା କୁ ଆସୁଛି l ବିଜେପି ପାଟି ତରଫରୁ ଶିକ୍ଷକତା ରୁ ରାଜନୀତି କୁ ଆସିଥିବା ପ୍ରଫେସେର ରମାକାନ୍ତ ଭୋଇ ଙ୍କ ନାମ ମଧ୍ୟ ସର୍ବାଗ୍ରେ ରହିଛି l ତେବେ ଦେଖିବାକୁ ବାକି ରହିଲା ଯେ ତିର୍ତୋଲ ନିର୍ବାଚନ ମଣ୍ଡଳୀ ଅଧୀନ ରେ ରହିଥିବା ୪୮ ଗୋଟି ପଞ୍ଚାୟତ ବାସୀ କେଉଁ ପ୍ରତିନିଧିଙ୍କୁ ନିଜରଲୋକ ପ୍ରତିନିଧି ଭାବେ ଦେଖିବାକୁ ଚାହୁଁଛନ୍ତି, ଓ କେଉଁ ନେତା ଜନତା ଙ୍କର ଆସ୍ଥା ଭାଜନ ହୋଇପାରୁଛନ୍ତି, ତାହା ଦେଖିବାକୁ ବାକି ରହିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ