କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସାଂସଦଙ୍କ ର୍ଦୁବ୍ୟବହାର ଘଟଣାକୁ ଘୋର ନିନ୍ଦା କଲା ଜିଲ୍ଲା କଂଗ୍ରେସ

କେନ୍ଦ୍ରାପଡା – ଜନୈକ ଗଣମାଧ୍ୟମର ପ୍ରତିନିଧିଙ୍କୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ର୍ଦୁବ୍ୟବହାର ଘଟଣାକୁ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଘୋର ନିନ୍ଦା କରିବା ସହିତ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇଦିଆଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବିକରିଛି ଜିଲ୍ଲା କଂଗ୍ରେସ । ଗୁରୁବାର ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରାଙ୍କ ନେତୃତ୍ୱରେ ଏକ ଟିମ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏସମ୍ପର୍କରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଗତ ୫ତାରିଖ ସନ୍ଧ୍ୟାରେ ସରକାରୀ ଦଳର ଜଣେ ସଦସ୍ୟ ତଥା କେନ୍ଦ୍ରାପଡା ସାଂସଦ ଶ୍ରୀ ମହାନ୍ତିଙ୍କୁ ଗଣମାଧ୍ୟମର ପ୍ରତିନିଧିମାନେ ଭେଟି ଜିଲ୍ଲାର ବିକାଶ ସମ୍ପର୍କରେ ମତାମତ ଚାହୁଁଥିବା ବେଳେ ସାଂସଦଙ୍କ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବକୁ ଯଥୋଚିତ ବ୍ୟବହାର ପ୍ରଦର୍ଶନ କରିବା ପରିବର୍ତ୍ତେ ନିର୍ଦ୍ଦିଷ୍ଟ ଏକ ଗଣମାଧ୍ୟମର ପ୍ରତିନିଧିଙ୍କୁ ର୍ଦୁବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ଯାହାକୁ ଜିଲ୍ଲା କଂଗ୍ରେସ ନିନ୍ଦା କରିବା ସହ ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବି କରିଛି । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ବେଉରାଙ୍କ ସମେତ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରି ସଭାପତି ପ୍ରଫୁଲ୍ଲ ଦାସ, ରାଜ୍ୟ କଂଗ୍ରେସ ପଛୁଆବର୍ଗ ସେଲ ଉପାଧ୍ୟକ୍ଷ ଫକିର ଚରଣ ଖଟୁଆ, ଜିଲ୍ଲା କଂଗ୍ରେସ ପଛୁଆବର୍ଗ ସେଲ ଅଧ୍ୟକ୍ଷ ବିଧୁଭୂଷଣ ମହାପାତ୍ର, ସଞ୍ଜୟ କୁମାର ରାଉତ, ମୀର ମୁର୍ଶିଦ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ