କର୍ମ ପ୍ରତି ନିଷ୍ଠା ଓ ସମର୍ପଣର ପ୍ରତୀକ ଥିଲେ ବରିଷ୍ଠ ଅଧିକାରୀ କବି ସୁବାସ ଚନ୍ଦ୍ର

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବରିଷ୍ଠ ଅଧିକାରୀ, କବି, ଲେଖକ, ସମାଜସେବୀ ସୁବାସ ଚନ୍ଦ୍ର ତ୍ରିପାଠୀଙ୍କ ଦ୍ୱାଦଶାହ ଉପଲକ୍ଷେ ସ୍ଥାନୀୟ ସହୀଦ୍ ନଗରଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ, ଚିନ୍ତକ ପ୍ରଦ୍ୟୁମ୍ନ ଶତପଥୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିବା ସହିତ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରି କହିଥିଲେ ଯେ, ସ୍ୱର୍ଗତ ସୁବାସ ଚନ୍ଦ୍ର ତ୍ରିପାଠୀ ଥିଲେ ଏକ ଅନନ୍ୟ ପ୍ରତିଭାର ଅଧିକାରୀ । ବାଲ୍ୟ କାଳରୁ ଅବିରତ ସଂଘର୍ଷ, କର୍ମ ପ୍ରତି ନିଷ୍ଠା, ସମୟାନୁବର୍ତ୍ତିତା ଦ୍ୱାରା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ବୃତ୍ତିଗତ ଜୀବନରେ ନିଷ୍ଠା, ସମର୍ପଣ ଭାବ, ସାମାଜିକ କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇଥିଲେ । ଏହି ଅବସରରେ ତାଙ୍କ ସମ୍ବନ୍ଧରେ ଏକ ସ୍ମୃତି ସ୍ମରଣୀକା ଉନ୍ମୋଚିତ ହୋଇଥିଲା । ସୁବାର୍ତ୍ତା ପତ୍ରିକା ପକ୍ଷରୁ ବାର୍ଷିକ ଉତ୍ସବରେ ସୁବାସ ଚନ୍ଦ୍ର ତ୍ରିପାଠୀ ସ୍ମୃତିସମ୍ମାନ ଏକ ଭଲ ସମାଜସେବୀଙ୍କୁ ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ । ଉକ୍ତ ସ୍ମୃତିଚଚାରଣ ସଭାରେ ନାରାୟଣ ସେବା ଫାଉଣ୍ଡେସନର ସମ୍ପାଦିକା ସମିତା ମହାରଣା, ସମାଜସେବୀ ଲୋକନାଥ ଦାଶ, ମଦନ ମୋହନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିବା ସହ ପୂଜ୍ୟପୂଜା ଅଭିଯାନର ସଦସ୍ୟ ସମାଜସେବୀ ସିତାଂଶୁ ଶେଖର ମହାରଣା, କିଶନ ବରାଇ, ଡ. ଅସିତ୍ ଦାସ, ନିରଞ୍ଜନ ସାହୁ, ନାରାୟଣ ଖୁଣ୍ଟିଆ, ବୁଦ୍ଧିମାନ ନାୟକ, ଲକ୍ଷ୍ମଣ ଦାସ, ଅଲେଖ ଜେନା, ନାରାୟଣ ଓଝା, ସଂଗ୍ରାମ କେଶରୀ ବଳିୟାରସିଂହ, ଶରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ