ବୁଗୁଡା ଏନଏସି ରେ ବିଜେଡି ସକ୍ରିୟ ସଭ୍ୟଙ୍କ ବୈଠକ

ବୁଗୁଡା – ବୁଗୁଡା ଏନଏସି ବିଜୁ ଜନତା ଦଳ ସକ୍ରିୟ କର୍ମୀବୃନ୍ଦଙ୍କ ବୈଠକ ବୁଦ୍ଧଖୋଲ କଲ୍ୟାଣି ମଣ୍ଡପରେ ସୋମବାର ଦିନ ଅନୁଷ୍ଟିତ ହୋଇଥିଲା । ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୋଲସରା ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଳୀୟ ସଂଗଠନ ବିଷୟରେ ଆଲୋଚନା କରିଥିଲେ। ଏନଏସି ରେ ଦଳକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ମତାମତ ଗ୍ରହଣ କରାଯାଇଥିଲା । ସମସ୍ତ ସକ୍ରିୟ ସଭ୍ୟ ଏକ ମନରେ କାର‌୍ୟ୍ୟ କରିବାକୁ ପରାମର୍ଶ ଦେଇଥିଲେ ରାଜେନ୍ଦ୍ର କୁମାର ପାଢୀ ।ଏହି ବୈଠକରେ ସୁଧାଂଶୁ ଶେଖର ପାଢ଼ୀ, ଏ.ଚନ୍ଦନ ଚର୍ଚ୍ଚିତ ପାତ୍ର, ସରୋଜ କୁମାର ବେହେରା, କେ.ତ୍ରିଲୋଚନ ଦୋରା ପ୍ରମୁଖ ବହୁ କର୍ମକର୍ତ୍ତା ଓ ସଭ୍ୟ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ