କଲେଜ ପାଣ୍ଠିରୁ ହଡପ ହୋଇଥିବା କୋଟି କୋଟି ଟଙ୍କାର ଭିଜିଲାନ୍ସ ତଦନ୍ତ ଦାବି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ ସୋମବାର ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ମହାବିଦ୍ୟାଳୟ ପାଣ୍ଠିରୁ ହଡପ ହୋଇଥିବା କୋଟି କୋଟି ଟଙ୍କାର ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବାକୁ ଦାବି କରିଛନ୍ତି । ଏଥିସହିତ ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କେନ୍ଦ୍ରାପଡା ମହାବିଦ୍ୟାଳୟରେ ରହି ଆସିଥିବା ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ତୁରନ୍ତ ବଦଳି କରାଯିବାକୁ ମଧ୍ୟ ଦାବି କରଥିଲେ । ମହାବିଦ୍ୟାଳୟର ଏସି, ଲ୍ୟାପଟପ୍‌, କମ୍ପୁଟର, ଅଗ୍ନି ନିର୍ବାପକ ଯନ୍ତ୍ର, ଫ୍ୟାନ୍‌, ଚେୟାର, ଟେବୁଲ ପ୍ରଭୃତି କୋଟି କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇ ଯାଇଥିବା ବେଳେ ଉନ୍ନୟନ କାର୍ଯ୍ୟ ନାମରେ ମଧ୍ୟ କୋଟି କୋଟି ଟଙ୍କାର ଅନୀୟମିତତା ହୋଇଥିବା ନେଇ ଅଭିଯୋଗ କରାଯାଇଛି । ବିଗତ ୨୦୧୯ମସିହାରୁ ଅଧ୍ୟାବଧି ସମୟ ମଧ୍ୟରେ ହୋଇଥିବା ଏସବୁ ଘୋଟାଲାର ତଦନ୍ତ କରାଯିବାକୁ ଦାବି କରାଯାଇଛି । ମହାବିଦ୍ୟାଳୟରେ ଅଧ୍ୟୟନରତ ଥିବା ୫ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରାଯିବା ପାଇଁ ନୀରପେକ୍ଷ ଭାବରେ ତଦନ୍ତ କରାଯିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରତିଶୃତି ଦେଇଥିଲେ । ମହାବିଦ୍ୟାଳୟର ଏହିସବୁ ସମସ୍ୟାର ତୁରନ୍ତ ସମାଧାନ ନହେଲେ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବ ବୋଲି ପୁରାତନ ଛାତ୍ର ଚିତ୍ତରଞ୍ଜନ ଦାସ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ପୁରାତନ ଛାତ୍ର ଚିତ୍ତରଞ୍ଜନ ଦାସ, ବିଧୁଭୂଷଣ ମହାପାତ୍ର, ମୀର ମୁର୍ଶିଦ୍ଦ ଓ ପ୍ରତାପ ମହାନ୍ତି ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଭୁବନେଶ୍ୱର ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ