କଲେଜ ଯିବା ବେଳେ ନାବାଳିକାକୁ ଅସଦାଚରଣ,୩ ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା)-ଟ୍ୟୁସନ,କଲେଜ ଯିବା ବେଳେ ରାସ୍ତାରେ ନାବାଳିକାକୁ ଅସଦାଚରଣ କରରୁଥିବା ଅଭିଯୋଗରେ ଗୁରାଣ୍ଡି ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି । ଗୁରାଣ୍ଡି ଥାନାଧିକାରୀ ମୁକେଶ ଲାକ୍ରା କହିଛନ୍ତି,ଗଜପତି ଜିଲ୍ଲାର ଜଙ୍ଗଲପାଡୁ ଗ୍ରାମର ଜଣେ ନାବାଳିକା ପ୍ରତିଦିନ ଟ୍ୟୁସନ ଓ କଲେଜ ପାଇଁ ନିକଟସ୍ଥ ଗୁରାଣ୍ଡି ଯିବାବେଳେ ଅଟକାଇ ବିଭିନ୍ନ ଅସଦାଚରଣ ସହ ହଇରାଣ କରିବା ଅଭିଯୋଗରେ ଥାନାରେ ଏତଲା ପରେ ଗୁରାଣ୍ଡି ପୋଲିସ ୩ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ ଜଙ୍ଗଲପାଡୁ ଗ୍ରାମର ବିକ୍ରମ ପାତ୍ର,ସନ୍ତୋଷ ସାହୁ ଓ ହେମନ୍ତ ଜେନ୍ନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ