କଳିଙ୍ଗପଦର ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ
ଭଞ୍ଜନଗର,(ସନ୍ତୋଷ ଜେନା):ଗଣତନ୍ତ୍ରର ମହାନ ପର୍ବ ସ୍ୱାଧୀନତା ଦିବସ ପ୍ରତ୍ୟେକ ଭାରତୀୟ ମାନଙ୍କ ପାଇଁ ଗୋଟିଏ ଗର୍ଵ ଓ ଗୌରବର ଦିନ। ସ୍ୱାଧୀନତା ଦିବସ ଟିକୁ ଭାରତର ପ୍ରତ୍ୟୁକ କୋଣ ଅନୁକୋଣରେ ଥିବା ଭରାରୀୟ ମାନେ ପାଳନ କରି ଆସୁଛନ୍ତି। ସେ ଛୋଟିଆ ଗାଁ ଟି ହେଉ ବଡ ସହର ଟି ହେଉ ସମସ୍ତେ ଏହି ସ୍ୱାଧୀନତା ଦିବସ କୁ ଶିକ୍ଷା ଅନୁଷ୍ଠାନ,ସରକାରୀ ବା ବେସରକାରୀ ଅନୁଷ୍ଠାନ ହେଉ ସବୁଠାରେ ହସ ଉଲ୍ଲାସରେ ପାଳନ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ଅଚ୍ୟୁତାନନ୍ଦ ଆଶ୍ରମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳନ କରା ଯାଇଛି। ବିଦ୍ୟାଳୟ ର ନବମ ଶ୍ରେଣୀ ରୁ ଦ୍ଵାଦଶ ଶ୍ରେଣୀ ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କମିଟି ସଭ୍ୟ ସଭ୍ୟା ଙ୍କୁ ନେଇ କଳିଙ୍ଗପଦର ଠାରୁ ଆରମ୍ଭ କରି ବରପଲ୍ଲୀ ପର୍ଯ୍ୟନ୍ତ ଏକ ଶୋଭଯାତ୍ରା କରା ଯାଇଥିଲା। ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ତଥା ବିଦ୍ୟାଳୟ ପରିଚାଳନା ଏବଂ ବିକାଶ କମିଟି ର ସଦସ୍ୟ ଶ୍ରୀଯୁକ୍ତ ମାଧବ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଅଚ୍ୟୁତାନନ୍ଦ ଆଶ୍ରମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିଲୋଚନ ମଲ୍ଲିକ ଏବଂ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ସହଯୋଗ ର ହାତ ବଢ଼ାଇଥିଲେ । ଶେଷ ରେ ବିଦ୍ୟାଳୟ ର ନବମ ଶ୍ରେଣୀ ରୁ ଦ୍ଵାଦଶ ଶ୍ରେଣୀ ର ସମସ୍ତ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା।