ଶିକ୍ଷକ ବଦଳି ପ୍ରତିବାଦରେ ବରାହି ହାଇସ୍କୁଲରେ ଛାତ୍ରଛାତ୍ରୀ ଙ୍କ ବିକ୍ଷୋଭ ଓ ଧାରଣା
ହାଟଡିହି, (ବିକାଶ ବିଶ୍ୱାଳ):ଶିକ୍ଷା ବର୍ଷ ଅଧାରେ ଶିକ୍ଷକ ବଦଳି କରାଯିବା ପ୍ରତିବାଦରେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ବଞ୍ଚୋ ବରାହି ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସ୍କୁଲରେ ଦୁଇ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଆବଶ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ପାଇ ଶିକ୍ଷାଦାନ କରୁଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ହଠାତ୍ ବିଜ୍ଞାନ ଶିକ୍ଷୟିତ୍ରୀ ଚିନ୍ମୟୀ ପଣ୍ଡା ଓ କଳା ଶିକ୍ଷକ ପ୍ରସାନ୍ତ କୁମାର କୁଣ୍ଡ ଙ୍କ ବଦଳି ହୋଇଛି। ତାଙ୍କ ବଦଳ ରେ ଦୁଇଜଣ ଶିକ୍ଷକ ଆସୁଥିଲେ ବି ଛାତ୍ରଛାତ୍ରୀ ମାନେ ଏହି ଦୁଇ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଛାଡିବାକୁ ରାଜି ନାହାନ୍ତି। ଶିକ୍ଷାବର୍ଷ ଅଧାରୁ ଦୁଇ ଜଣ ଶିକ୍ଷକଙ୍କୁ ବଦଳି କରାଗଲେ ଶିକ୍ଷାଦାନ ରେ ବାଧା ଉପୁଜିବା ଆଶଙ୍କା ପ୍ରକଟ କରି ସନାତନ ଓଝା, ପଞ୍ଚାନନ ପଟ୍ଟନାୟକ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ରଞ୍ଜନ କୁମାର ରଣା, ଭରତ କୁମାର ରାଉତ, ପ୍ରମିଳା ବରାଳ, ଝୁନୁଲତା ବେହେରା ପ୍ରମୁଖ ପରିଚାଳନା କମିଟି ସଦସ୍ୟଙ୍କ ସହିତ ଶୁଭଲକ୍ଷ୍ମୀ ନାୟକ, କୀର୍ତ୍ତିପର୍ଣ୍ଣା ପାତ୍ର, ସୁଶ୍ରୀ ଶୁଭ ଲକ୍ଷ୍ମୀ ଦାସ, ଅଭିଲିପ୍ସା ବାରିକ, ଶୁଭଶ୍ରୀ ମୟୀ ରାଉତ, ଲକ୍ଷ୍ମୀପ୍ରିୟା ବେହେରା, ଲିଯାରଣି ରାଉତ, ଦୁର୍ଯ୍ୟୋଧନ ଜେନା, ସୁରେନ୍ଦ୍ର ବାରିକ, ଦିବ୍ୟଜ୍ୟୋତି ଜେନା, ସୁଜିତ ଖଟୁଆ, ଅନିରୁଦ୍ଧ ଜେନା, ସୌମ୍ୟରଞ୍ଜନ ରାଉତଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ସକାଳ ୧୦ଟା ରୁ ଗେଟ ସମ୍ମୁଖରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍କୁଲକୁ ଆସୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବାଧ୍ୟହୋଇ ବାହାରେ ଠିଆ ହୋଇ ରହିଥିଲେ। ଖବରପାଇ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସରପଞ୍ଚ ପ୍ରସାନ୍ତ କୁମାର ରାଉତ, ବିଇଓ ଓଁକାର ଅନ୍ୱେଷ, ଏବିଇଓ ପ୍ରମୋଦ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ଏ ସଂମ୍ପର୍କରେ ଉଚ୍ଚ କର୍ତ୍ତପକ୍ଷଙ୍କୁ ଅବଗତ କରାଇବା କୁ ପ୍ରତିଶୃତି ଦେବାପରେ ଯାଇ ଛାତ୍ର ଛାତ୍ରୀ ମାନେ ଧାରଣାରୁ ଉଠିଥିଲେ।


