କଷ୍ଟମ୍ସ ଓ ଜିଏସ୍ଟି ଭୁବନେଶ୍ୱର ଜୋନ୍ରୁ ରାଜସ୍ୱ ଆଦାୟରେ ବୃଦ୍ଧି

ଭୁବନେଶ୍ୱର, (ବ୍ୟୁରୋ): କଷ୍ଟମ୍ସ ଏବଂ ଜିଏସ୍ଟି ଭୁବନେଶ୍ୱର ଜୋନ୍ ପକ୍ଷରୁ ଜିଏସ୍ଟି, ସେଷ୍ଟ୍ରାଲ ଏକ୍ସାଇଜ ଏବଂ କଷ୍ଟମ୍ସର କ୍ଷେତ୍ରରୁ ଆଦାୟ ରାଜସ୍ୱ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ସଂଗ୍ରହ କରିବାରେ ସଫଳତା ହାସଲ କରିଛି । ଏହି ତଥ୍ୟ ମୁଖ୍ୟ କମିଶନର ନରେଶ ପେନୁମକା ଘୋଷଣା କରିଛନ୍ତି । ସର୍ବନିମ୍ନ ଜିଏସ୍ଟି ସଂଗ୍ରହର ଲକ୍ଷ୍ୟ ୫୫୯୦କୋଟି ଥିବାବେଳେ ଭୁବନେଶ୍ୱର ଜୋନ ପକ୍ଷରୁ ସମୁଦାୟ ୮୨୯୯କୋଟି ରାଜସ୍ୱ ଆୟ ସଂଗ୍ରହ କରାଯାଇଛି । ଜିଏସ୍ଟି ରାଜସ୍ୱ ସଂଗ୍ରହ ବ୍ୟତିତ ଏହି ଜୋନ ସେଣ୍ଟ୍ରାଲ ଏକ୍ସାଇଜ କ୍ଷେତ୍ରରେ ଧାର୍ଯ୍ୟ ୧୭,୬୨୦କୋଟି ଥିବାବେଳେ ଏହା ୧୭,୭୧୨କୋଟି ସଂଗ୍ରହ କରିଛି । ସେହିପରି କଷ୍ଟମ କ୍ଷେତ୍ରରେ ୫୧୧୦କୋଟି ରାଜସ୍ୱ ଲକ୍ଷ୍ୟ ଧ୍ୟାର୍ଯ୍ୟ କରାଯାଇଥିବାବେଳେ ୫୨୯୭କୋଟି ସଂଗ୍ରହ ହୋଇଛି । ଏହା ସହ ୨୦୧୮-୧୯ ବିତ୍ତୀୟ ବର୍ଷରେ ବିଭାଗ ପକ୍ଷରୁ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୩.୭୭କିଲୋଗ୍ରାମର ସୁନା ଜବତ କରାଯାଇଥିଲା ଯାହାର ବଜାର ମୂଲ୍ୟ ୪.୪୬ କୋଟି ହେବ । ଏହା ବାଦ ଜୋନ ପକ୍ଷରୁ ନକଲି ଜିଏସ୍ଟି ବିଲ ମାମଲାରେ ୫୪ଟି କେସ ରୁଜୁ ହୋଇଛି । ଏହାର ପରିମାଣ ୧୮୩.୧୯କୋଟି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ