କାନ୍ଥ ପଡ଼ି ମା’ପୁଅ ଗୁରୁତର

ଛତ୍ରପୁର,(ଦେବଦତ୍ତ ମହାରଣା) : ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ପଡୋଶୀ ଘର କାନ୍ଥ ପଡି ଦେଢବର୍ଷ ଶିଶୁ ପୁତ୍ର ସହ ମା’ ଗୁରୁତର ଆହତ ହୋଇଛନ୍ତି । ଆହତ ହୋଇଥିବା ଦେଢବର୍ଷ ପୁତ୍ର ବିରୁପୁର ଗ୍ରାମର କୃଷ୍ଣ ମହାରଣାଙ୍କ ପୁତ୍ର ଓମ୍ ଏବଂ ପତ୍ନୀ ପ୍ରଭାବସିନୀ(୨୫) ବୋଲି ଜଣାପଡିଛି । ସେମାନଙ୍କୁ ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ କୃଷ୍ଣ ମହାରଣାଙ୍କ ପଡୋଶୀ ଘର କାଙ୍ଗାଳି ବେହେରାଙ୍କ ଘର ବାରିପଟ ପୁରାତନ କାନ୍ଥ ଉପରେ ଦଳ ଦଳ ହନୁମାଙ୍କଡ ଡିଆଁଡିଇଁ କରି କାନ୍ଥକୁ ଭୁସୁଡି ଦେଇଥିଲେ । ଫଳରେ କାନ୍ଥଟି କୃଷ୍ଣମହାରଣାଙ୍କ ଘର ଭିତରେ ପଡିଥିଲା । ସେତେବେଳେ ତାଙ୍କରି ପତ୍ନୀ ପ୍ରଭାସିନୀ ଦେଢବର୍ଷର ପୁତ୍ରକୁ ଧରି ବସିଥିଲେ । ଦଇବ ଶାହା ଭଳି କାନ୍ଥଟି ପ୍ରଭାସିନୀଙ୍କ ଦୁଇଗୋଡ ଉପରେ ପଡିଥିବା ହେତୁ ଉଭୟ ମା’ପୁଅ ମୃତ୍ୟୁ ମୁଖରୁ ବର୍ତ୍ତି ଆହତ ହୋଇଥିଲେ । ସେମାନେ ନିହାତି ଗରିବ ହୋଇଥିବାରୁ ଚିକିତ୍ସା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ତଥା ସରକାରୀ ସହାୟତା ଲାଗି ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ