ଛତ୍ରପୁର ଠାରେ ରକ୍ତଦାନ ଶିବିର: ୭୩ୟୁନିଟ ସଂଗ୍ରହ

ଋକ୍ତଦାନ କରି ନିଆର ଢଙ୍ଗରେ ଜନ୍ମଦିନ ପାଳନ କଲେ ଯୁବ ସାମାଜିକ କର୍ମୀ ଦେବାଶିଷ
ଛତ୍ରପୁର,(ଦେବଦତ୍ତ ମହାରଣା) : କରୋନା ମହାମାରୀ ଯୋଗୁଁ ରକ୍ତର ଘୋର ଅଭାବ ଦେଖାଦେଇଆସୁଛି । ରୋଗୀ ମାନଙ୍କୁ ଠିକ୍ ସମୟରେ ରକ୍ତ ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିିବିର କରାଯାଉଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁରର ଯୁବ ସାମାଜିକ କର୍ମୀ ଦେବାଶିଷ ପଟ୍ଟନାୟକ ନିଜ ଜନ୍ମଦିନ ଅବସରରେ ସ୍ଥାନୀୟ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜ କରିଥିଲେ । ଏହି ଶିବିରରେ ସେ ପ୍ରଥମ ରକ୍ତଦାନ କରି ଏହାକୁ ଶୁଭାରମ୍ଭ କରିଥିବା ବେଳେ ଛତ୍ରପୁର ଆଖପାଖ ଅଞ୍ଚଳ ୭୩ଜଣ ଯୁବକ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରକୁ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ରକ୍ତଦାନ ମହତ୍ କାର୍ଯ୍ୟ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀ, ଆଇନଜୀବୀ ଡି. ଆଦିନାରାୟଣ ରେଡ୍ଡି, ୟୁଥ୍ ମାସ୍ ସେବା ସଂଘର ସମ୍ପାଦକ ସୟଦ୍ ମୁକ୍ତାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ଦେବାଶିଷଙ୍କ ଏପରି ମହତ୍ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାରର ସମସ୍ତ କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ