କାର୍ଗିଲ୍ ବିଜୟ ଦିବସ ଉପଲକ୍ଷେ ସବୁଜ ରଥର ଶୁଭାରମ୍ଭ; ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଆହ୍ଵାନ କ୍ରମେ ଆସନ୍ତା 26 ତାରିଖରେ କାର୍ଗିଲ୍ ବିଜୟ ଦିବସ ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ପଞ୍ଚାୟତ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରରେ ଏ଼କ ଲକ୍ଷ ଚାରା ରୋପଣ କରାଯିବ I ଏହି ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ସହ ବୃକ୍ଷର ମହତ୍ତ୍ୱ ସମ୍ପର୍କରେ ଜଣସାଧାରଣଙ୍କୁ ଅବଗତ କରାଇବା ପାଇଁ ଆଜି ବେଲଗୁଣ୍ଠା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରୁ ସବୁଜ ରଥର ଶୁଭାରମ୍ଭ କରାଯାଇଛି I ଆଜି ସବୁଜ ରଥକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ଉଦ୍ଘାଟନ କରିଥିଲେ I ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ସମେତ,ବ୍ଳକ୍ ଉପାଧ୍ୟକ୍ଷା ପ୍ରତିନିଧି ପ୍ରମୋଦ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢୀ,ସହକାରୀ ନିର୍ବାହି ଯନ୍ତ୍ରୀ ଗିରିଧାରୀ ବେହେରା, ସିଡ଼ିପିଓ ଗାୟତ୍ରୀ ମିଶ୍ର,ଯୋଗାଣ ନିରୀକ୍ଷକ ସୁବ୍ରତ ଚୌଧୁରୀ, ବେଣୀପଲ୍ଲୀ ସରପଞ୍ଚ ଦୂର୍ଗା ମାଧବ ନାୟକ, ବେଲଗୁଣ୍ଠା ସେବା ସମବାୟ ସମିତି ସଭାପତି ସନ୍ତୋଷ ସୁବୁଦ୍ଧି, ଗୋବରା ସମିତିସଭ୍ୟ ବିଭୁପାଦ ଜେନା,ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଯୁବ ସମାଜସେବୀ ଉମା କାନ୍ତ ନାୟକ,ଯୋଗାଣ ନିରୀକ୍ଷକ ଯୁବ ବିଜେଡ଼ି ସଭାପତି ଶିବରାମ ରାଉତ, ସମାଜସେବୀ ଶରତ ସ୍ୱାଇଁ, ସୁଶାନ୍ତ ସାହୁ ପ୍ରମୁଖ ଉପସ୍ତିତ ଥିଲେ I ଏହି ରଥ ଆଜି ମଙ୍ଗଳପୁର,ଆମ୍ବପୁଆ, ବଙ୍କା ଏବଂ ଉଢୁରା ପଞ୍ଚାୟତରେ ବୁଲି ଥିବା ବେଳେ ସମସ୍ତ ପଞ୍ଚାୟତର ଜନପ୍ରତିନିଧି, ଶିକ୍ଷକଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ, ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ସାମାଜିକକର୍ମୀ,ପରିବେଶବିତ୍ ପ୍ରମୁଖ ଭବ୍ୟ ସ୍ୱାଗତ ଜଣାଇଥିଲେ I ଏହି ରଥ ଆସନ୍ତା 26 ତାରିଖ ମଧ୍ୟରେ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ 18 ଟି ପଞ୍ଚାୟତରେ ଜନ ସଚେତନତା କରାଇବା ସହ 26 ତାରିଖ ଦିନ କାର୍ଗିଲ୍ ବିଜୟ ଦିବସ ତଥା ବିଶିଷ୍ଟ ଶିକ୍ଷାବିତ୍ ସ୍ଵର୍ଗତ ଅମୂଲ୍ୟ ଦାସଙ୍କ ତିରୋଧାନ ଦିବସ ଉପଲକ୍ଷେ କ୍ଷତ୍ରିୟବରପୁର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚିବା ପରେ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଏହି ଦିନ ସମଗ୍ର ବ୍ଳକ୍ ରେ ବୃକ୍ଷରୋପଣ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆନୁଷ୍ଠିତ ହେବ I ଶିକ୍ଷାବିତ୍ ସ୍ଵର୍ଗତ ଦାସଙ୍କ ତିରୋଧାନ ଦିବସ ସ୍ମାରକ ରୂପେ ଗୋବରା ବିଶ୍ୱ ଭାରତୀ ପରିସରରେ ସମ୍ବାଦ ଆମ ଓଡ଼ିଶା, ପୂରାତନ ଛାତ୍ର ସଂଗଠନ, ରୋଟାରୀ କ୍ଲବ୍ ଏବଂ ବେଲଗୁଣ୍ଠା ପ୍ରେସକ୍ଲବର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ