କାର ଧକ୍କାରେ ସାଇକେଲ ଆରୋହୀ ମୃତ
କୋଣାର୍କ ( ଯୁଗାବ୍ଦ ନ୍ୟୁଜ ) : ଗୋପ ଓ ପାଟେଳିଆ ଛକରେ କାର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ସାଇକେଲ ଆରୋହୀଙ୍କ ନାମ ରବିନ୍ଦ୍ର ଭୋଇ । ମୃତ ପରିବାରଙ୍କୁ ଆର୍ଥିକ ସହାୟତା ସାହାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ଯୋଗୁଁ କୋଣାର୍କ ଓ ଭୂବନେଶ୍ୱର ରାସ୍ତ୍ାରେ ଗାଡି ଚଳାଚଳ ବାଧାପପ୍ତ ହୋଇ୍ଥିଲା । ଘଟଣା ସ୍ଥଳରେ ପୋଲିସ ଓ ତହସିଲ ଦାର ପହଞ୍ଚି ଲୋକମାନଙ୍କ ୁୂବୁଝାସୁଝା କରିବା ସହ କ୍ଷତିପୂରଣ ଦେବା ପାଇଁ ରେଡକ୍ରସ ତରଫରୁ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧରୁ ହଟିଥିଲେ ସାଧାରଣ ଜନତା । ମୃତ ବ୍ୟକ୍ତିର ଶବ ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଛି ।