ଯୋଡାପୋଖରୀ କ୍ଲବ ଆନୁକୁଲ୍ୟରେ ରଜ ପର୍ବ ଉପଲକ୍ଷେ ୨୪ ତମ ଗ୍ରାମାଞ୍ଚଳ ନୃତ୍ୟ ଓ ଫୁଟବଲ ପ୍ରତିଯୋଗିତା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ପବିତ୍ର କୃଷିଭିତ୍ତିକ ଗଣପର୍ବ ‘ରଜ’ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଜୁନ ୧୬/୧୭ ଦୁଇଦିନ ଧରି ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ନଦୀ, ନାଳ, ଜଙ୍ଗଲ , ଘେରା ଯୋଡ଼ାପୋଖରୀ ଗ୍ରାମ ଯୁବକ କ୍ଲବ ଆନୁକୁଲ୍ୟରେ ୨୪ ତମ ବାର୍ଷିକ ଗ୍ରାମାଞ୍ଚଳ ଆଦିବାସୀ ଲାଗଣେ ନୃତ୍ୟ ଓ ଫୁଟବଲ ପ୍ରତିଯୋଗିତା ଆନନ୍ଦ ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ପୂର୍ବତନ ବିଧାୟକ ଭାଦବ ହାଁସଦା, ପୂର୍ବତନ ଆଦିବାସୀ ସ୍ବତନ୍ତ୍ର ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ସମାଜସେବୀ କାଶୀନାଥ ହେମ୍ବ୍ରମ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ,ତିରିଂ ବ୍ଲକ ଅଧ୍ୟକ୍ଷ ପାରେଶ୍ବର ସାମଦ, ବାଙ୍ଗିରିପୋଷି ବ୍ଲକ ଅଧ୍ୟକ୍ଷ ସୁବୋଧ ମାରାଣ୍ଡି, ସମାଜସେବୀ ମାଝିଆରାମ ଟୁଡୁ, ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ଟୁଡୁ,ବିଜାତଳା ସରପଞ୍ଚ ଦମୟନ୍ତୀ ଟୁଡୁ,ବିଜାତଳା ସମିତି ସଭ୍ୟ ଦିଵା ଟୁଡୁ,ମୁଣ୍ଡାଠାକୁରା ସମିତି ସଭ୍ୟା ପୁଷ୍ପାଞ୍ଜଳି ବେହେରା,ଲୁହା ଶିଳା ସମିତି ସଭ୍ୟା ଶୁକୁରାମଣି ମାରାଣ୍ଡି,,ସରଗଡା ସମିତି ସଭ୍ୟ ରବୀନ୍ଦ୍ର ନାଥ ମୁଣ୍ଡା, ନୁସାଡିହି ସମିତି ସଭ୍ୟ ବାସନ୍ତୀ ମାଝୀ,ଯୁବ ସମାଜସେବୀ ବିଜୁ ବେହେରାଙ୍କ ସମେତ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଧରିତ୍ରୀ ବାସୁମତୀ ସ୍ନାନରେ ଭିଜି ଯାଇଥିଲା ।ଦିନ ତମାମ ଝିପି ଝିପି ଓ ମଧ୍ୟମ ଧରଣର ବର୍ଷା ହୋଇଥିବା ସତ୍ବେ ଅଂଚଳବାସୀ,କ୍ରୀଡ଼ାପ୍ରେମୀ, ସଂସ୍କୃତି ପ୍ରେମୀ ଛତା ଧରି ପଡିଆ ଚାରିପଟେ ଫୁଟବଲ ଖେଳ ଓ ନୃତ୍ୟର ମଜା ନେଇଥିଲେ । ମୁଖ୍ୟଅତିଥି ଗଣ କହିଥିଲେ ରଜ,ଖେଳ,ନାଚ , ସଂସ୍କୃତିର ପର୍ବ, ଭାଇଚାରାର ପର୍ବ, ଆନନ୍ଦ, ଉଲ୍ଲାସ ଓ ଖୁସିର ପର୍ବ ଯାହାକି କର୍ମବ୍ୟସ୍ତ ଦୁନିଆଁରେ ଟିକେ ହସ ଦିଏ, ମିଶିବା ପାଇଁ ସୁଯୋଗ ଦିଏ, ପରସ୍ପରକୁ ଆଲିଙ୍ଗନ, ଦୁଃଖସୁଖ ବାଣ୍ଟିବାକୁ ପର୍ବ । ଆଦିବାସୀ ସଂସ୍କୃତି ଏକ ଶୃଙ୍ଖଳାର ସଂସ୍କୃତି ଯାହାକି ସାରା ବିଶ୍ବରେ ଅନନ୍ୟ। ହଜାର ହଜାର ଦର୍ଶକ ଥିଲେ ମଧ୍ୟ ପୋଲିସର ଆବଶ୍ୟକତା ନାହିଁ ।କାର୍ଯ୍ୟକ୍ରମରେ ଫୁଟବଲ ପ୍ରତିଯୋଗିତରେ ୩୨ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଅତିତିଗଣ ଫୁଟବଲ ଟିମ୍ ବିଜେତା ଦଳ ତିରିଂବ୍ଲକର ଚୟାରମେନ‌ଏଫ ସିଂ କ୍ଲବ ଚମ୍ପିୟାନ (୩୦,୦୦୦ ଟଙ୍କା), ଝାଡ଼ଖଣ୍ଡ ଷଢେ଼ଇକଳା ର ଏସ ବି ପି ରୟାଲ ଟାଇଗର କ୍ଲବ ରନର୍ସ ଅପ୍(୨୦,୦୦୦ ଟଙ୍କା), କୁଲଡ଼ିହା ୩ୟ (୧୧,୦୦୦ ଟଙ୍କା ଏବଂ ଭରଣ୍ଡିଆ ଏ ଡି ଏସ କ୍ଲବ ୪ର୍ଥ(୯୦୦୦ ଟଙ୍କା) ପୁରସ୍କୃତ କରିଥିଲେ । ସେହିଭଳି ୫ଟି ଆଦିବାସୀ ନୃତ୍ୟ ଦଳ ସେମାନଙ୍କ ପାରଂପରିକ ବେଶରେ ନୃତ୍ୟ, ଘଣ୍ଟ, ବାଜା, ମାଦଳରେ ପଡିଆ କୁ ଉତ୍ସବ ମୁଖର କରାଇଥିଲେ । ସେମାନଙ୍କୁ ମଧ୍ୟ ଅତିଥିଗଣ ପୁରସ୍କୃତ କରିଥିଲେ । ଏଭଳି ବର୍ଣ୍ଣାଢ଼୍ୟ , ରଙ୍ଗାରଙ୍ଗ , ଖେଳକୁଦ କାର୍ଯ୍ୟକ୍ରମ ଆୟୋଜନ‌ କରିଥିବାରୁ ଯୋଡ଼ା ପୋଖରୀ ଯୁବକ ସଂଘର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅତିଥିଗଣ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆୟୋଜକ କମିଟିର ଅଧ୍ୟକ୍ଷ ଯୁବ ସମାଜସେବୀ ରାମଚନ୍ଦ୍ର ଟୁଡୁ,ସଭାପତି ବାରିସା ମାରାଣ୍ଡି, ଦୀପକ,ସୁଶିଲ,ଦଶରଥ,ରାହୁଲ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ପରିଚାଳନା ରେ ସହଯୋଗ କରିଥିଲେ । ଶାନ୍ତିଶୃଙ୍ଖଳାର ସହ ଏହିକାର୍ଯ୍ୟକ୍ରମ ସଂପନ୍ନ ହୋଇଥିବାରୁ ଅଂଚଳବାସୀଙ୍କୁ ରାମଚନ୍ଦ୍ର ଟୁଡୁ କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ