କାଳିଆ ଯୋଜନା-ନଭେମ୍ବରରେ ଯୋଗ୍ୟ ହିତାଧିକାରୀ ପାଇବେ ଦ୍ୱିତୀୟ କିସ୍ତି ଟଙ୍କା
ଭୁବନେଶ୍ୱର: ଆସନ୍ତା ନଭେମ୍ବରରେ ମିଳିବ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା । ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀଙ୍କ ସହ ଆଲୋଚନା ପରେ ମଙ୍ଗଳବାର କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅଗଷ୍ଟରୁ ଆରମ୍ଭ ହୋଇଥିବା ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ସରିଛି । ଯୋଗ୍ୟ ହିତାଧିକାରୀଙ୍କୁ ନଭେମ୍ବରରେ ଟଙ୍କା ମିଳିବ । ତେବେ ସେ କେତେ ଯୋଗ୍ୟ କେତେ ଅଯୋଗ୍ୟ ସେ ନେଇ କୌଣସି ସୂଚନା ଦେଇନାହାନ୍ତି । ସୂଚନାଯାଗ୍ୟ, ୨୦୧୮ରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ୫୧ ଲକ୍ଷ ୫ ହଜାର ୨୯୦ଜଣ ହିତାଧିକାରୀ ବିଭିନ୍ନ ବର୍ଗରେ ସହାୟତା ପାଇଥିଲେ । ହେଲେ ଚଳିତ ଅଗଷ୍ଟ ୬ ରୁ ୩୧ ମଧ୍ୟରେ ରାଜ୍ୟର ପ୍ରାୟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରେ ସହାୟତା ପାଇଥିବା ଜଣାପଡ଼ିଥିଲା । ସେଥିରେ ୧୨ହଜାର ବଡ଼ଚାଷୀଙ୍କଠାରୁ କିଭଳି ସହାୟତା ଫେରସ୍ତ ଆସିବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଥିଲା ।


