କୁଅ ଭିତରୁ ହାତୀକୁ ଉଦ୍ଧାର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର କରଂଜିଆ ବନଖଣ୍ଡରେ ମାସେରୁ ଉର୍ଦ୍ଧ୍ବ ହେବ ୨୧ଟିଆ ହାତୀପଲ ବିଭିନ୍ନ ସ୍ଥାନରେ ତାଣ୍ଡବଲୀଳା ଚଳାଇଛନ୍ତି । ବିଭିନ୍ନ ସ୍ଥାନରେ ଚାଷ ,ଘର ନଷ୍ଟ କରି ଚାଲିଛନ୍ତି । ସୋମବାର ଦିନ କରଂଜିଆ ବନଖଣ୍ଡ ଅନ୍ତର୍ଗତ ବଡ଼ ଦେଉଳି ଜଙ୍ଗଲରେ ପ୍ରବେଶ କରିଥିଲେ ବନ ବିଭାଗ ଓ ଗ୍ରାମବାସୀ ହାତୀପଲଙ୍କୁ ଘଉଡାଇବା ସମୟରେ ବିଲରେ ଥିବା ଏକ କୂଅ ଭିତରରେ ମାଈ ହାତୀଟି ଖସି ପଡିଥିଲା ।ବନ ବିଭାଗ ଜେସିବି ସାହାଯ୍ୟରେ ହାତୀଟିକୁ ଉଦ୍ଧାର କରିଥିଲେ ।ହାତୀପଲ ଏହି ଅଞ୍ଚଳରେ ଦୁଇଟି ହାତୀ ଶାବକ ଜନ୍ମ ଦେଇଛନ୍ତି ।ଯାହା କୁ ଦେଖି ପରିବେଶବିତ ମାନେ ଖୁସି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ