କୁଞ୍ଜବିହାରୀ ସ୍ମାରକୀ କ୍ରିକେଟ ଟୁର୍ନା ମେଣ୍ଟ ; ବ୍ରହ୍ମପୁର ଟିମ୍ କୁ ପରାଜିତ କରି ସାମନ୍ତରା ପୁର ଟିମ୍ ଫାଇନାଲ ରେ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ଚାଲିଥିବା କୁଞ୍ଜବିହାରୀ ସ୍ମାରକୀ କ୍ରିକେଟ ଟୁର୍ନା ମେଣ୍ଟ ର ବୁଧବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ଯାଚରେ ବ୍ରହ୍ମପୁର କ୍ରିକେଟ ଟିମ୍ କୁ ହରାଇ କେ.ସାମନ୍ତରାପୁର କ୍ରିକେଟ୍ ଟିମ୍ ଫାଇନାଲରେ ପ୍ରବେଶ କରିଛି । ସ୍ଥାନୀୟ ଯୁବ କଂଗ୍ରେସ ନେତା ବିକାଶ ପଶୁପାଳକ ମୂଖ୍ଯଅତିଥି ଭାବେ ଯୋଗଦେଇ ମ୍ଯାଚକୁ ଉଦଘାଟନ କରିବା ପରେ କେ.ସାମନ୍ତରାପୁର ଟିମ୍ ଟସ ଜିତି ବ୍ଯାଟିଂ ନିଷ୍ପତ୍ତି ନେଇଥିଲା। ୧୩ ଓଭରରେ ୭ ଓ୍ବିକେଟ ହରାଇ କେ. ସାମନ୍ତରା ପୁର କ୍ରିକେଟ୍ ଟିମ୍ ୧୩୩ ରନ ସଂଗ୍ରହ କରିଥିଲା।ଜବାବରେ ବ୍ରହ୍ମପୁର ଟିମ୍ ମାତ୍ର ୫୯ ରନରେ ସମସ୍ତ ଓ୍ବିକେଟ ହରାଇ ପରାଜିତ ହୋଇଥିଲେ। ସନ୍ତୋଷ ବେହେରା ଏବଂ ବୈକୁଣ୍ଠ ସ୍ବାଇଁ ମ୍ୟାଚ ରେ ଅମ୍ପାୟାରିଂ କରିଥିବା ବେଳେ ସାମନ୍ତରାପୁର ଦଳର ବାଦଲଙ୍କୁ ମ୍ଯାନ ଅଫ ଦା’ ମ୍ଯାଚ ଘୋଷଣା କରାଯାଇଥିଲା।ଗୁରୁବାର ୨ ୟ ସେମିଫାଇନାଲ ମ୍ଯାଚ ଶେରଗଡ ଏବଂ ମହୁରୀ କାଳୁଆ ଗ୍ରାମ କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି କର୍ମକର୍ତ୍ତା ସଂଗ୍ରାମ ମହାନ୍ତି ଏବଂ ପ୍ରିୟ ରଂଜନ ସାହୁ ଜଣାଇଛନ୍ତି।


