କୂଅରୁ ଦିବ୍ଯାଙ୍ଗ ବୃଦ୍ଧଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର;କାରଣ ଅସ୍ପଷ୍ଟ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ବିଜତଳା ବ୍ଲକର ନୁସାଡିହି ପଞ୍ଚାୟତର ବଳଭଦ୍ରପୁର ଗ୍ରାମର ଜନୈକ ଦିବ୍ଯାଙ୍ଗ ବୃଦ୍ଧଙ୍କ ମୃତଦେହକୁ କୂଅରୁ ଶନିବାର ଦିନ ଉଦ୍ଧାର କରି ଅପମୃତ୍ୟୁ ମାମଲା କେଶ ନଂ୨/୨୧ ରୁଜୁ କରି ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ସୂଚନାଯୋଗ୍ୟ ଯେ ଶୁକ୍ରବାର ରାତିରେ ଦିବ୍ୟାଙ୍ଗ ବୃଦ୍ଧ ଶିବ ଚରଣ ମ଼ହାନ୍ତ (୭୨)ଧୋତି ପିନ୍ଧି କୁଆଡେ ଚାଲିଯାଇଥିଲେ ।ଆଜି ସକାଳୁ ଗାଁ ମୁଣ୍ଡ କୂଅରୁ ଏକ ଶବ ଭାସୁଥିବା ଦେଖି ଗାଁ ଲୋକେ ପୋଲିସ ଜଣାଇଥିଲେ । ରାଇରଙ୍ଗପୁର ଟାଉନ ପୋଲିସ ଏବଂ ପରିବାର ଲୋକେ ଶବ ଚିହ୍ନଟ କରିଥିଲେ । ମୃତକଙ୍କ ବେକରେ ପିନ୍ଧିଥିବା ଧୋତି ବେକରେ ଗଣ୍ଠି ପଡ଼ିଥିଲା ଓ ଧୋତିଟି ଛିଡି ଯାଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ।ଦିବ୍ଯାଙ୍ଗଙ୍କ କେଉଁ ପରିସ୍ଥିତିରେ କୂଅରେ ପଡ଼ିଥିଲେ ଏବଂ ଧୋତିରେ ଗଣ୍ଠି ପଡ଼ିବା ନେଇ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ