କେନାଲ ରୁ କଟକି ଦଳ ସଫା କରିବାକୁ ଦାବି

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ବ୍ଲକ ର ଚାରିଛକ ଓ ନୟାହାଟ ବାଟ ଦେଇ ଯାଇଥିବା କୁଣ୍ଢେଇ ମୁଖ୍ୟ କେନାଲ ରେ ଜଳ ସେଚନ ବିଭାଗ ପକ୍ଷରୁ ପାଣି ଛଡ଼ାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଜୀବଜନ୍ତୁ ଏହି ପାଣି କୁ ପିଉଥିବାବେଳେ ଲୋକମାନେ ଶୌଚ କ୍ରିୟା କରିଥାନ୍ତି। କିନ୍ତୁ କେନାଲ ପାଣି ରେ କଟକି ଦଳ ଭର୍ତ୍ତି ହୋଇଥିବାରୁ ଲୋକ ମାନେ ଏଥିରେ ଅଳିଆ ଆବର୍ଜ୍ଜନା ପକାଉଛନ୍ତି। ମୃତ ଜୀବଜନ୍ତୁ ଙ୍କ ମର ଶରୀର କୁ ଏଠାରେ ଲୋକମାନେ ପକାଇ ଦେଉଥିବାବେଳେ କୁକୁଡ଼ା ଦୋକାନୀ ଓ ଅନ୍ୟ ବ୍ୟବସାୟୀ ମାନେ ମଧ୍ୟ ସେମାନଙ୍କ ଦୋକାନ ର ବଜ୍ୟ ବସ୍ତୁ ସବୁକୁ ଏଠାରେ ପକାଇ ଦେଉଛନ୍ତି।ଫଳରେ କେନାଲ ରେ ଥିବା ପାଣି ପ୍ରଦ୍ୟୁଷିତ ହୋଇ ପଡ଼ୁଛି। ପାଣି ପ୍ରଦ୍ୟୁଷିତ ହୋଇ ପଡୁଥିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ସମୟରେ ଆଉ କେଉଁଠି ସୁବିଧାରେ ପାଣି ମିଳୁ ନ ଥିବାରୁ ମଣିଷ ଓ ଜୀବ ଜନ୍ତୁ ଏହି ଦୂଷିତ ପାଣି କୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଦୂଷିତ ପାଣି ବ୍ୟବହାର କରି ମଣିଷ ଓ ଜୀବ ଜନ୍ତୁ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ନୟାହାଟ ର ନୂଆପାଟଣା ଠାରୁ କଲେଜ ଛକ ପର୍ଯ୍ୟନ୍ତ ଦୁର୍ଗନ୍ଧ ରେ ନାକ ଫାଟି ପଡ଼ୁଛି।ତୁରନ୍ତ ଜଳସେଚନ ବିଭାଗ ପକ୍ଷରୁ କୁଣ୍ଢେଇ କେନାଲ ପାଣି ରୁ କଟକି ଦଳ ସଫା କରିବାକୁ ଦାବି ହେଉଛି। ଏ ସମ୍ପର୍କ ରେ କାକଟପୁର ଜଳସେଚନ ଉପଖଣ୍ଡ ର ସହକାରୀ ଯନ୍ତ୍ରୀ ତପନ କୁମାର ନାୟକ ଙ୍କୁ ପଚାରିବାରେ ଦୃଷ୍ଟି ଗୋଚର ହେଲେ ବିଭାଗ ର କର୍ମଚାରୀ ମାନେ କେନାଲ ରେ ପଡ଼ୁଥିବା ମୃତ ଜୀବଜନ୍ତୁ ଙ୍କୁ କାଢି ଅନ୍ୟତ୍ର ଫୋପାଡ଼ି ଦେଉଛନ୍ତି ବୋଲି କହିବା ସହିତ କେନାଲ ରୁ କଟକି ଦଳ କାଢିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ