ନିମାପଡ଼ା ବିଜେଡିରେ ହଟଚମଟ ସତ୍ୟବ୍ରତ ଓ ସମୀର ଙ୍କୁ ନବୀନ ନିବାସ ଡାକରା

ନିମାପଡ଼ା, (ସନ୍ତୋଷ ଦାଶ):ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରାର୍ଥୀତ୍ଵ କୁ ନେଇ ନେତା ଓ ଭୋଟର ଙ୍କ ମଧ୍ୟରେ ଛକାପଞ୍ଝା ଲାଗିଥିବାରୁ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ରେ ରାଜନୈତିକ ବାତାବରଣ ବେଶ ଉଷ୍ମ ହୋଇ ଉଠିଛି। ଏଠାରେ ତିନି ଥର ଶାସକ ବିଜେଡ଼ି ଦଳ ପକ୍ଷରୁ ସମୀର ରଞ୍ଜନ ଦାଶ ନିର୍ବାଚିତ ହୋଇ ମନ୍ତ୍ରୀ ପଦ ମଧ୍ୟ ପାଇଥିଲେ। ହେଲେ ବିବାଦୀୟ ଘଟଣାରେ ଜଡ଼ିତ ହୋଇପଡ଼ିବା ଯୋଗୁଁ ସେ ସାରା ରାଜ୍ୟରେ ଓ ନିଜ ନିର୍ବାଚନମଣ୍ଡଳୀ ରେ ବିବାଦୀୟ ହୋଇପଡ଼ିଛନ୍ତି। ଯାହାକୁ ନେଇ ତୃଣମୂଳ ସ୍ତରରେ କର୍ମୀ ମାନଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ସମୀର ଦାଶଙ୍କ ବିବାଦୀୟ ପରିସ୍ଥିତିରୁ ସାଧାରଣରେ ତାଙ୍କ ପ୍ରତି ବିତୃଷ୍ଣା ଭାବ ପ୍ରକାଶ ପାଇଛି। ବିଜେଡିସୁପ୍ରିମୋ ତଥା ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ପର୍ଯ୍ୟାୟରେ ଟିକେଟ ଘୋଷଣା କରିଥିଲେ ମଧ୍ୟ ନିମାପଡ଼ା ଆସନ ପାଇଁ କାହାରି ନାମ ଘୋଷଣା ହୋଇ ନାହିଁ। ଫଳରେ ଭୋଟର ମାନେ ପ୍ରାର୍ଥୀ ପରିବର୍ତ୍ତନର ବାସ୍ନା ବାରି ବିଭିନ୍ନ ଚର୍ଚ୍ଚା ସୃଷ୍ଟି କରୁଛନ୍ତି। ଦଳୀୟ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ଭିଡ ଜମୁଛି। ଏଣୁ ଏହାର ଫାଇଦା ନେଇ ୧୨ରୁ ଉର୍ଦ୍ଧ୍ବ ଆଗଧାଡିର ନେତା, ମହିଳା ଓ ସମାଜସେବୀ ନିମାପଡ଼ା ବିଧାନସଭା ଆସନ ପାଇଁ ବିଜେଡ଼ି ଟିକେଟ ପାଇବାକୁ ନିଜ ନିଜ ତରିକା ରେ ଲବି ଚଳାଇଛନ୍ତି। ଆଶାୟୀ ପ୍ରାର୍ଥୀ ମାନେ ନିଜ ନିଜର ଲୋକ ବଳଦେଖାଇବାକୁ ନିଜ ନିଜ ସମର୍ଥକ ମାନଙ୍କୁ ନେଇ ଶଙ୍ଖ ଭବନରେ ପହଞ୍ଚି ଯାଉଛନ୍ତି। କିନ୍ତୁ ସମସ୍ତଙ୍କ ସୁଖ ଦୁଃଖର ସାଥି କୁହାଯାଉଥିବା ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ସତ୍ୟବ୍ରତ ପାତ୍ର ( ରମୁ ) ଦଳର ଶୃଙ୍ଖଳିତ ନେତା ଭାବେ କାର୍ଯ୍ୟ କରିଆସୁଛନ୍ତି। କେବଳ ନିମାପଡ଼ା ନୁହେଁ କାକଟପୁର ନିର୍ବାଚନ ମଣ୍ଡଳୀରେ ତାଙ୍କର ଆଧିପତ୍ୟ ଓ ଲୋକପ୍ରିୟତା ରହିଛି। ସମୀର ଦାଶଙ୍କ ପରେ ନିମାପଡ଼ା ରେ ସେ ହିଁ ଏକମାତ୍ର ବିଜେଡ଼ି ର ଯୋଗ୍ୟ ନେତା ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। କାରଣ ଜଣେ ଶୃଙ୍ଖଳିତ କର୍ମୀ ସହ ସେ ଜଣେ ଜନପ୍ରିୟ ବ୍ୟକ୍ତି। ଦୁଇ ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ଗାଁରେ ତାଙ୍କର ସଂଗଠନ ସୁଦୃଢ଼ ରହିଛି। ଲୋକ ମାନଙ୍କ ସୁଖ ଦୁଃଖର ପହଞ୍ଚି ପାରୁଛନ୍ତି। ତାଙ୍କୁ ପ୍ରାର୍ଥୀ କରିବାକୁ ବହୁ କର୍ମୀ ମତ ପ୍ରକାଶ କରିଛନ୍ତି। ତାଙ୍କୁ ପ୍ରାର୍ଥୀ କଲେ ବିଜେଡ଼ି ନିମାପଡ଼ାରେ ବିପୁଳ ବିଜୟ ହାସଲ କରିବ। କାରଣ ପୁର୍ବରୁ ସେ କଂଗ୍ରେସର ମଙ୍ଗ ଧରିଥିଲେ, ତେଣୁ କଂଗ୍ରେସ ସଂଗଠନ ସହ ବିଜେଡ଼ି ସଂଗଠନ ପକ୍ଷରୁ ତାଙ୍କୁ ଅନେକ ସମର୍ଥନ ମିଳିବ। ତାହା ସହିତ କଂଗ୍ରେସରୁ ବିଜେପିକୁ ଯାଇଥିବା କର୍ମୀ ମାନେ ମଧ୍ୟ ରମୁ ପାତ୍ରଙ୍କ ପ୍ରତି ସମର୍ଥନ ରହିଛି। ଯାହା ଦ୍ଵାରା ସେ ପ୍ରାର୍ଥୀ ହେଲେ ବିଜେଡ଼ି ଭୋଟ ସହିତ ବିଜେପି ଓ କଂଗ୍ରେସର ଅନେକ ଭୋଟ ମଧ୍ଯ ବିଜେଡି ଖାତାକୁ ଆସିବ। ନିମାପଡ଼ା ସହିତ ଶ୍ରୀଯୁକ୍ତ ପାତ୍ର ଙ୍କ କାକଟପୁର ନିର୍ବାଚନ ମଣ୍ଡଳୀରେ ଅନେକ ଲୋକପ୍ରିୟତା ରହିଛି। ଯାହା ତାଙ୍କ ଈଶାରା ରେ ଲୋକମାନେ ପ୍ରାର୍ଥୀ ଚୟନ କରିବେ। ବିଜେଡ଼ି ତାଙ୍କୁ ଟିକେଟ ପ୍ରଦାନ କଲେ ନିମାପଡ଼ାରେ ବିଜେଡ଼ିର ବିପୁଳ ବିଜୟ ସହ ଟିକେଟ ପାଇଁ ଅସନ୍ତୋଷ ଥିବା କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ମଧ୍ୟ ଫାଇଦାରେ ରହିବ। ତେଣୁ ସତ୍ୟବ୍ରତ ପାତ୍ର ଙ୍କୁ ବିଜେଡ଼ି ପକ୍ଷରୁ ନିମାପଡ଼ା ଆସନ ପାଇଁ ଟିକେଟ ଦେବାକୁ ସାଧାରଣରେ ଦାବି ହେଉଛି। ଆଜି ଶ୍ରୀ ପାତ୍ର ଓ ପୁର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଙ୍କୁ ନବୀନ ନିବାସ ଡାକରା ହୋଇ ଦଳୀୟ ନେତା ମାନେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ବିଚାର ବିମର୍ଶ ଚଳାଇଥିବା ଖବର ମିଳିଛି। ନିମାପଡ଼ା ରେ କିଏ ବିଜେଡ଼ି ପ୍ରାର୍ଥୀ ହେବ ଭୋଟର ଓ ଦଳୀୟ କର୍ମୀ ମାନେ ତାକୁ ଚାତକ ପରି ଚାହିଁ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ