କେନ୍ଦୁଆପଦାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା
ବନ୍ତ, (ଚାନ୍ଦିନୀ ମହାନ୍ତି):ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଗାନ୍ଧୀ ଜୟନ୍ତୀ ଠାରୁ ଜନସଂପର୍କ ପଦଯାତ୍ରା ଚାଲୁ ରହିଛି । ଏପରିପେକ୍ଷୀରେ ରାଜ୍ୟ ବିଜେଡି ସମ୍ପାଦକ ତଥା ବିଧାୟକ ପ୍ରତିନିଧି ଇ.ପ୍ରୟାସକାନ୍ତି ସାମଲଙ୍କ ପରାମର୍ଶ କ୍ରମେ ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚ ।ୟତରେ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ପଛତୀରା ଗ୍ରାମରୁ ଆରମ୍ଭ ହୋଇ କଲେଜ ଛକ ଠାରେ ଶେଷ ହୋଇଥିଲା । ପଞ୍ଚାୟତ ବିଜେଡି ସଭାପତି ବିଜୟ କୁମାର ଖଟୁଆଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପଦଯାତ୍ରାରେ ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ପୂର୍ବତନ ଜିଲା ପରିଷଦ ସଭ୍ୟ ରବିନ୍ଦ୍ର ଦାସ, ପୂର୍ବତନ ସରପଞ୍ଚ ଜୟନ୍ତ କୁମାର ସାମଲ ଯୋଗ ଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ଲୋକ ମାନଙ୍କୁ ଅବଗତ କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବନେତା ଅକ୍ଷୟ ଦାସ, ଯୋଗେନ୍ଦ୍ର ସାହୁ, ପବିତ୍ର ଲେଙ୍କା, ଅଶୋକ ରାଉତ, ଅଭୟ ରାଉତ, କେଶବ ସ୍ୱାଇଁ, ସଞ୍ଜୟ ଦାସ, ଅଶ୍ୱିନ ରାଉତ, ରମେଶ ରାଉତଙ୍କ ସମେତ ଶତାଧିକ ମହିଳା ଓ ପୁରଷ ଏହି ପଦଯାତ୍ରାରେ ସାମିଲ ଥିଲେ ।


