କେନ୍ଦ୍ରାପଡାରେ ବିଶ୍ୱ ପାର୍ଥନା ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ବେଢାରେ ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମର ପରିଚାଳୀକା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୈାରହିତ୍ୟରେ ଇଂରାଜୀ ନବବର୍ଷର ପ୍ରଥମ ଦିବସର ପ୍ରାତଃ ୭ ଘଟିକା ସମୟରେ ବିଶ୍ୱ୍ୱ ପ୍ରାର୍ଥନା ଦିବସ ପାଳିତ ହୋଇଯାଇଛି । ଏଥିନିମନ୍ତେ ଆୟୋଜିତ ସଭାରେ ଉପସ୍ଥିତ ସମସ୍ତ ପ୍ରାର୍ଥନା ପ୍ରେମୀ ଜନସାଧାରଣ ସମବେତ ପ୍ରାର୍ଥନା କରିବା ସହ ବିଶ୍ୱର ସମସ୍ତ ଜୀବ ମାନଙ୍କ ଦୁଖ ଦୁରହେବା ପାଇଁ ବଡ ଠାକୁରଙ୍କୁ ପ୍ରାର୍ଥନା କରିଥିଲେ । ଉପସ୍ଥିତ ଅତିଥିମାନେ ପ୍ରାର୍ଥନା ସମସ୍ତଙ୍କୁ ଶାନ୍ତି, ସୈାହାଦ୍ର୍ଦ୍ୟ ଓ ଶକ୍ତି ପ୍ରଦାନ କରେ ବୋଲି ମତ ରଖିବା ସହ ଜାନୁୟାରୀ ମାସ ପ୍ରଥମ ଦିବସକୁ ବିଶ୍ୱ ପ୍ରାର୍ଥନା ଦିବସ ରୂପେ ପାଳନ କରିବାକୁ ବିଶ୍ୱବାସୀଙ୍କୁ ନିବେଦନ କରିଥିଲେ । ଏ ପ୍ରୟାସ ବିଗତ ଚାରି ବର୍ଷରୁ ଶୁଭାରମ୍ଭ ହେବା ସହ ଚଳିତ ବର୍ଷ କେନ୍ଦ୍ରାପଡାର ଗରାପୁର, ପିଙ୍ଗଳ ଦିବ୍ୟଜୀବନ ଆଶ୍ରମ ସମେତ ଆମ ଓଡିଶାର ସମସ୍ତ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମରେ ପ୍ରାୟତଃ ୬ ଘଟିକାରୁ ୭ଘଟିକା ପାଳନ ହୋଇଯାଇଛି ବୋଲି ଶ୍ରୀମା’ ମତ ରଖିଥିଲେ । ଏହି ସଭାରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, କାଳୀ ପ୍ରସନ୍ନ ଶତପଥୀ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ବ୍ଲକ ଅଧ୍ୟକ୍ଷା ରସ୍ମୀତା ସେଠୀ, ବଳଦେବ ସେନାର ଉପଦେଷ୍ଟା ନିରଞ୍ଜନ ମେକାପ, ବରିଷ୍ଟ ଆଇନଜୀବି ଦେବଦାସ୍ ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସାହିତ୍ୟ ସଂସଦ ସଭାପତି ବାସୁଦେବ ଦାସ, ଅଧ୍ୟାପକ ଭଗବାନ ପତ୍ରୀ, ଅଜୟ ସାମଲ, ରଞ୍ଜିତ ପ୍ରସାଦ ଜେନା, ସୁମିତ୍ରା ପାଢୀ, ସୋପ୍ନାଂଶୁୁ ଦାସ , ଅଭିମନ୍ୟୁ ଗୋଛାୟତ, ବାବା ନୃସିଂହ ଚରଣ ଦାସ, ଶ୍ରୀଧର କୁମାର ମହାନ୍ତି, ସୁରେସ ଚନ୍ଦ୍ର ନାୟକ, ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ, ନୃସିଂହ ତ୍ରିପାଠୀ, ଦେବେନ୍ଦ୍ର ନାଥ ସାମନ୍ତରାୟ, ହବିଶ୍ୟାଳି ମା’ ମାନେ, ଜିଲ୍ଲାର ସମସ୍ତ ବିଭୁ ପ୍ରେମୀ ଓ ପ୍ରାର୍ଥନାକୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଏହି ସଭାକୁ ବଳଦେବ ସେନାର ସଭାପତି ପୁନୁନ କୁମାର ସ୍ୱାଇଁ, ସମ୍ପାଦକ ଅମର କୁମାର ବାରିକ, ଆଶିଷ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ