କେନ୍ଦ୍ରାପଡା କଲେଜରେ ୩ଶହ ଶଯ୍ୟା ବିଶିଷ୍ଟ ଅସ୍ଥାଇ ସ୍ୱାସ୍ଥ୍ୟକେନ୍ଦ୍ର କେତେଦୁର ପ୍ରସ୍ତୁତ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କୋଭିଡ – ୧୯ ର ମୁକାବିଲା ପାଇଁ ଏକ ୩ଶହ ଶଯ୍ୟା ବିଶିଷ୍ଟ ଅସ୍ଥାଇ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଳାଯାଇଛି । କିନ୍ତୁ ସେହି ଅସ୍ଥାଇ ସ୍ୱାସ୍ଥ୍ୟ କେନ୍ଦ୍ର କେତେଦୁର ପ୍ରସ୍ତୁତ ହୋଇଛି ସେଥିପ୍ରତି ପ୍ରଶାସନ କିମ୍ବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କୈାଣସି ଅଧିକାରୀଙ୍କ ନିଘାନଥିବାର ଦେଖିବାକୁ ମିଳିଛି । ସେହି ଅସ୍ଥାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶଯ୍ୟା ଗୁଡିକ ସଠିକ ଦ୍ୱରତାରେ ପଡିନଥିବାର ଦେଖିବାକୁ ମିଳିଛି । ଏଥିସହିତ ସଂପୃକ୍ତ ଗୃହ ଗୁଡିକ ସଫେଇ ହୋଇନଥିବାର ମଧ୍ୟ ଦେଖାଯାଇଛି । ସେହି ଗୃହ ଗୁଡିକରେ କେବଳ ଶଯ୍ୟା ଗୁଡିକ ଅସଜଡା ଭାବରେ ପଡିଥିବା ବେଳେ ଗୃହରେ ଆବଶ୍ୟକୀୟ ଉପକରଣ ରଖାଯାଇନଥିବାର ଦେଖିବାକୁ ମିଳିଛି । ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସେହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟୀତ୍ୱରେ ଥିବା ଡା. ବିନିକା ମୋହିନୀ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଷ୍ଟାଫନର୍ସ,ଫାର୍ମାସିଷ୍ଟ,ହେଲପ ଡେସ୍କ କର୍ମଚାରୀ ଓ ସୁରକ୍ଷା କର୍ମୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ୨ଜଣ ଆଟେଣ୍ଡାଂଟଙ୍କ ମଧ୍ୟରୁ ଜଣେ ଅନୁପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ଏଭଳି ପରିସ୍ଥିତିରେ ଜରୁରୀ ଆବଶ୍ୟକ ପଡିଲେ ପ୍ରସ୍ତୁତ ହୋଇନଥିବା ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଭଳି ଆଇସୋଲେସନରେ ଲୋକମାନଙ୍କୁ ରଖାଯାଇପାରିବ ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟୀତ୍ୱରେ ଏକ ଜିଲ୍ଲା ସ୍ତରୀୟ କମିଟି ରହିଛି । ସିଡିଏମଓ ଡା.ଉର୍ମିଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଏଡିଏମଓ(ମେଡିକାଲ) ଡା. କିଶୋର କୁମାର ଆଚାର୍ଯ୍ୟ,ଏଡିଏମଓ(ଜନସ୍ୱାସ୍ଥ୍ୟ) ଡା. ମିର୍ଜାବାବର ବେଗ,ଏଡିଏମଓ(ପରିବାର କଲ୍ୟାଣ) ଡା.ସଚିଦାନନ୍ଦ ମିଶ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରକାଶ ଚନ୍ଦ୍ର ବାନାର୍ଜୀ ରହିଥିବା ବେଳେ କୈାଣସି ଅଧିକାରୀ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ