ଯୁବ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୧ହଜାର ପ୍ରଦାନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) – ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତାର ହାତ ବଢାଇଛି ଜିଲ୍ଲା ଯୁବ ବିଜୁ ଜନତା ଦଳ । ବିଜୁ ଯୁବ ଜନତା ଦଳର ପ୍ରତିନିଧିମାନେ କରୋନା ମୁକାବିଲା ନିମନ୍ତେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ନିମନ୍ତେ ତାଙ୍କୁ ୧୧ହଜାର ଏକଶହ ୧୧ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ପ୍ରତିନିଧି ଦଳରେ ସଂଯୋଜକ ବିଜୟ କୁମାର ମଣ୍ଡଳ,ସାହେବ ସାହିଲ ରାଉତ,ମାନସରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ । ଜିଲ୍ଲା ବିଜୁ ଜନତା ଦଳର ଏହି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।


