କେନ୍ଦ୍ରାପଡା କଲେଜର ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ତ୍ରିପାଠୀଙ୍କୁ କାରଣ ଦର୍ଶାଅ ନୋଟିସ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସୋିତ ମହାବିଦ୍ୟାଳୟର ୨୦୧୯-୨୦ ଆର୍ଥିକ ବର୍ଷରୁ ୨୦୨୧-୨୨ ଆର୍ôଥକ ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଥିବା ୨କୋଟି ୨୦ଲକ୍ଷ ୧୬ହଜାର ୮୦୯ଟଙ୍କାର ହିସାବ ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଦେଇପାରିନଥିବାରୁ ତାଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହାର ଉତ୍ତର ସାତ ଦିନ ମଧ୍ୟରେ ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗର ଉପନିର୍ଦେଶକ ଶ୍ରୀମତୀ ମମତା ଶ୍ରୀ ତ୍ରିପାଠୀଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ନିର୍ଦେଶରେ ଉଲ୍ଲେଖ ରହିଛି ଯେ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଲୋକାଲ ଅଡିଟ୍ ଓ ସ୍ୱତନ୍ତ୍ର ଅଡିଟ୍ ହେବା ସମୟରେ ମହାବିଦ୍ୟାଳୟ ପାଇଁ ଯେଉଁସବୁ ଅର୍ଥ ଖର୍ଚ୍ଚ ହୋଇଥିଲା ସେଥିରୁ ୨କୋଟି ୨୦ଲକ୍ଷ ୧୬ହଜାର ୮୦୯ଟଙ୍କାର କୈାଣସି ହିସାବ ଦେଇପାରିନଥିଲେ । ତେଣୁ ଶ୍ରୀ ତ୍ରିପାଠୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ବୋଲି ତାଙ୍କୁ ପ୍ରଦାନ କରାଯାଇଥିବା କାରଣ ଦର୍ଶାଅ ନୋଟିସରେ ଉଲ୍ଲେଖ ରହିଛି ।