କେନ୍ଦ୍ରାପଡା ତହସିଲ ପକ୍ଷରୁ ଚଢାଉ ୨୧ଟି ଟ୍ରକରୁ ତିନି ଲକ୍ଷ ଜୋରିମାନା ଆଦାୟ

କେନ୍ଦ୍ରାପଡା – କେନ୍ଦ୍ରାପଡା ତହସିଲ ପକ୍ଷରୁ ଗୋଗୁଆ ଛକ ଓ ହଳଦିଡିହ ଛକରେ ବେଆଇନ ବାଲି,ମେଂଟାଲ,ଚିପ୍ସ,ବଜୁରୀ ପ୍ରଭୃତି ବୋଝେଇ ଟ୍ରକ ଉପରେ ଚଢାଉ କରାଯାଇ ୮୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି । ଗୁରୁବାର ସକାଳେ କେନ୍ଦ୍ରାପଡା ତହସିଲର ଅତିରିକ୍ତ ତହସିଲଦାର ନମିତା ବାରିକ ଅନ୍ୟଷ୍ଟାପମାନଙ୍କ ସହିତ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଂଚାୟତର ଏବଂ କଟକ -ଚାନ୍ଦବାଲି ରାସ୍ତାର ଗୋଗୁଆ ଛକରେ ୧୧ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର,ହାଇୱା ଏବଂ ଟ୍ରକକୁ ଅଟକାଇ ସେମାନଙ୍କ ଠାରୁ ଅଢେଇ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ କପାଳେଶ୍ୱର ପଂଚାୟତର ତଥା କଟକ -ଚାନ୍ଦବାଲି ରାସ୍ତାର ହଳଦିଡିହ ଛକରେ ତହସିଲଦାର ହେମଲତା ବାହାଲିଆ ଓ ସହକାରୀ ଜିଲ୍ଲାପାଳ ଭରତ ଚନ୍ଦ୍ର ପରିଡା ୧୧ ଟି ବେଆଇନ ବାଲି,ଚିପ୍ସ ଓ ମେଂଟାଲ ବୋଝେଇ ଟ୍ରକକୁ ଅଟକ ରଖିବା ସହିତ ସେଥି ମଧ୍ୟରୁ ଓ.ଆର.୦୯ ଇ.୨୫୮୮(ବାଲି ବୋଝେଇ), ଓ.ଆର.୦୪ ଡି.୮୬୯୬(ଚିପ୍ସ ବୋଝେଇ) ଟ୍ରକରୁ ପ୍ରତ୍ୟେକ ୨୦ହଜାର କରି ମୋଟ ୪୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ହଳଦିଡିହ ଛକରେ ଜୋରିମାନା ନଦେଇ ଅଟକ ଥିବା ହାଇୱା ଟ୍ରକ ନମ୍ବର-ଓ.ଡି.୦୪ ଏଫ.୮୮୮୫(ବଜୁରୀ ବୋଝେଇ), ଓ.ଆର.୦୪ କେ.୧୮୮୫(ବଜୁରୀ ବୋଝେଇ), ଓ.ଡି.୦୪ କେ.୮୨୮୫(ବଜୁରୀ ବୋଝେଇ), ଓ.ଡି.୦୪ କେ.୧୦୮୫(ବଜୁରୀ ବୋଝେଇ),ଓ.ଡି.୦୪ଇ.୫୦୮୫(ମେଂଟାଲବୋଝେଇ),ଓ.ଡି.୦୪ କେ.୨୦୮୫(ମେଂଟାଲବୋଝେଇ), ଓ.ଡି.୦୫ ଜେଡ.୬୦୬୬(ବାଲି ବୋଝେଇ), ଟ୍ରକ ନମ୍ବର ଓ.ଆର.୦୫ ଏଫ.୩୯୧୬(ବାଲି ବୋଝେଇ),ଓ.ଆର.୦୪ ଜେ.୯୪୫୭ (ଚିପ୍ସ ବୋଝେଇ) ଗାଡି । ଏହି କାର୍ଯ୍ୟରେ ରାଜସ୍ୱ ସୁପରଭାଇଜର ଅକ୍ଷୟ କୁମାର ଚୈାଧୁରୀ,ମହମ୍ମଦ ଜାଫର, ସାହାସପୁର ରାଜସ୍ୱ ନୀରିକ୍ଷକ ଅଭିମନ୍ୟୁ ରାଉତ, ଗରାପୁର ରାଜସ୍ୱ ନୀରିକ୍ଷକ ରାଜେଶ କୁମାର ମାରାଣ୍ଡି ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ