ରିଲିଜ୍ ହେଲା “ତାନାଜୀ’ର ପ୍ରଥମ ଗୀତ

ଅଜୟ ଦେବଗନ୍‌ଙ୍କ ଅପ୍‌କମିଂ ଫିଲ୍ମ “ତାନାଜୀ’ର ପ୍ରଥମ ଗୀତ “ଶଙ୍କରାରେ ଶଙ୍କରା’ ରିଲିଜ୍ ହୋଇଯାଇଛି । ଏଥିରେ ଅଜୟ ଦେବଗନ ଓ ସୈଫ ଅଲୀ ଖାନ୍‌ଙ୍କୁ ନିଆରା ଅନ୍ଦାଜ ଦେଖିବାକୁ ମିଳିଛି । ସୈଫ୍ ସିଂହାସନରେ ବସିଥିବା ବେଳେ ଅଜୟ ତାଙ୍କ ସାମ୍ନାରେ ନାଚୁଛନ୍ତି । ଏହି ଗୀତକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି । ଖବର ଲେଖାଯିବା ବେଳକୁ ଗୀତଟିକୁ ଦେଢ଼ କୋଟିରୁ ଅଧିକ ଲୋକ ଦେଖିସାରିଲେଣି । ସୋଶାଲ୍ ମିଡିଆରେ ଏହା ଭାଇରାଲ୍ ବି ହେଉଛି ।
ଏହି ଗୀତଟିକୁ ମେହୁଲ ବ୍ୟାସ୍ ଗାଇଛନ୍ତି । ସେ ଏହାର ମ୍ୟୁଜିକ୍ ମଧ୍ୟ ଦେଇଛନ୍ତି । ଗୀତଟିକୁ ଅନୀଲ ବର୍ମା ଲେଖିଛନ୍ତି । ମୋଟାମୋଟି ଭାବେ ଗୀତଟି ଖୁବ୍ ବଢ଼ିଆ ହୋଇଛି । ଏହା ପୂର୍ବରୁ ଅଜୟ ଦେବଗନ୍ ଓ ସୈଫ୍ ଅଲୀ ଖାନ୍‌ଙ୍କୁ ଫିଲ୍ମ “ଓମକାରା’ରେ ଏକାଠି ଦେଖିବାକୁ ମିଳିଥିଲା । ଏହି ଯୋଡ଼ିକୁ ସେତେବେଳେ ଖୁବ୍ ପସନ୍ଦ କରାଯାଇଥିଲା । ତେଣୁ ଦର୍ଶକମାନେ ଏ ଗୀତ ଦେଖିଲା ପରେ ପୁଣି ଥରେ ଏହି ଯୋଡ଼ିକୁ ଦେଖିବାକୁ ଉତ୍ସାହିତ ଅଛନ୍ତି । ଫିଲ୍ମଟି ସପ୍ତଦଶ ଶତାବ୍ଦୀର ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହୋଇଛି । ଏହି ଯୋଦ୍ଧାଙ୍କ ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି । ସେ ଛତ୍ରପତି ଶିବାଜୀ ମହାରାଜଙ୍କ ସୈନ୍ୟବାହିନୀରେ ଥିଲେ । ସେ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଅନେକ ଯୁଦ୍ଧରେ ସାମିଲ୍ ହୋଇଛନ୍ତି । ୧୬୭୦ ମସିହାରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧ ପାଇଁ ତାଙ୍କୁ ସ୍ମରଣ କରାଯାଏ । ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୦୨୦ ଜାନୁଆରୀ ୧୦ରେ ପରଦାକୁ ଆସିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ