କେନ୍ଦ୍ରାପଡା ପୈାରାଚଂଳରେ କରୋନା ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା : କରୋନା ଲକଡାଉନ ସମୟରେ ପୈାରାଚଂଳ ଅନ୍ତର୍ଗତ ରଣପଡା ଗ୍ରାମରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ସ୍ୱେଛାସେବୀ ତଥା ଆଇନଜୀବି ସଞ୍ଜୟ କୁମାର ଜେନାଙ୍କ ତତ୍ୱାବଧାନରେ ବର୍ତ୍ତମାନର ସଙ୍କଟଜନକ ସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଏଥିସହିତ କେତେକ ଗରୀବଲୋକଙ୍କୁ ସେମାନଙ୍କ ଘରେ ସାନିଟାଇଜର, ମାସ୍କ, ଅଟା, ବିସ୍କୁଟ ଓ ଡେଟଲ ସାବୁନ ପ୍ରଭୃତି ବୀତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ କିଶୋର ଚନ୍ଦ୍ର ପ୍ରଧାନ, ଅରୁଣ କୁମାର ଦାସ, ରମଣୀରଞ୍ଜନ ରାଉତରାୟ, ଅକ୍ଷୟପ୍ରିୟ ଦାସ, ଧିରେନ୍ଦ୍ର କୁମାର ଦାସ, ସତ୍ୟବ୍ରତ ସିଂହ, ୧୩ ନମ୍ବର ୱାର୍ଡର ବିଜେଡି ସଭାପତି ସେଖ ୟୁସୁଫ, ସେଖ ତାଜୁ ଖାଁ, ସେଖ ଫିରୋଜ, ସେଖ କରିମ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ