କେନ୍ଦ୍ରାପଡା ପୈାରାଞ୍ଚଳର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ପୈାରନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲର ଶେଷ ଦିବସ ଥିଲା । କେନ୍ଦ୍ରାପଡା ପୈାର ସଂସ୍ଥାର ୨୧ଟି ୱାର୍ଡର କାଉନସିଲର ପଦ ନିମନ୍ତେ ବିଭିନ୍ନ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ମୋଟ ୯୮ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହି ଅନୁଯାଇ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ବିଜୁ ଜନତା ଦଳରୁ ୧୦ନମ୍ବର ୱାର୍ଡରୁ ରଶ୍ମିତା ସିଂ, ୧୧ରୁ ପୁଷ୍ପାଞ୍ଜଳି ବସ୍ତିଆ, ୯ରୁ ଅଭୟ କୁମାର ବେହେରା, ୧୩ରୁ ଅବଦୁଲ ମଜିଦ, ୨ରୁ ଦୁର୍ଗା ପ୍ରସାଦ ପତି, ୧୯ରୁ ଆଶିଷ କୁମାର ପାଣି, ୬ରୁ ପ୍ରଦୀପ୍ତ କୁମାର ଜେନା, ୫ରୁ ନିରାକାର ସ୍ୱାଇଁ, ୭ରୁ ସୁନିତା ସାହୁ, ୨୧ରୁ ମହେନ୍ଦ୍ର ମିଶ୍ର, ୧୭ରୁ ଉମେଶ ଚନ୍ଦ୍ର ନାୟକ, ୧୨ରୁ ନହିଦ ଅକ୍ତର, ୧୬ରୁ ସଜେଦା ଖାନମ, ୬ରୁ ଗୈାତ୍ତମ ସ୍ୱାଇଁ, ୨ରୁ କାଳି ପ୍ରସାଦ ମିଶ୍ର, ୬ରୁ ହୃଷିକେଶ ସାହୁ, ୮ରୁ ସ୍ମୃତିପ୍ରଜ୍ଞା ଶତପଥୀ, ୮ରୁ ଅଜୟଲକ୍ଷ୍ମୀ ସାହୁ, ୧୫ରୁ ହବିବା ବେଗମ, ୧୪ରୁ ଅକ୍ତରୀ ଖାତୁନ, ୧୦ରୁ ସଂଗୀତା ସାହୁ, ୧୮ରୁ ଉମାକାନ୍ତ ସିଂ, ସବିତା ସାହୁ, ୧୯ରୁ ବିଦ୍ୟୁତରଞ୍ଜନ ନାୟକ, ୮ରୁ ସଶ୍ମିତା ସ୍ୱାଇଁ, ୧୩ରୁ ମଙ୍ଗଳବରଣ ସିଂ, ୧୯ରୁ ଶଶିକାନ୍ତ ବଳ ଓ ବିଭୂତିଭୂଷଣ ପଣ୍ଡା, ୪ରୁ ଶୁଭଶ୍ରୀ ନିବେଦିତା ସ୍ୱାଇଁ ପ୍ରମୁଖ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେପିରୁ ୧୩ରୁ ବିବେକ ଚନ୍ଦ୍ର ନାୟକ, ୮ରୁ ସଶ୍ମିତା ସାହୁ,୨ରୁ ଶୁଭେନ୍ଦୁ ପତ୍ରୀ, ୧୬ରୁ କୁମାର ଫାତମା, ୫ରୁ ଅନ୍ନଦା ପ୍ରସାଦ ମହାନ୍ତି, ୨୦ରୁ ଅସୀମା ନାୟକ, ୬ରୁ ବିନୋଦ କୁମାର ବେହେରା, ୯ରୁ ଗୈାରାଙ୍ଗ ଚରଣ ବେହେରା, ୧୨ରୁ ମଧୁସ୍ମିତା ସାମଲ, ୧୫ରୁ ଅନିତା ସାହୁ, ୨ରୁ ମୁନି ସୋରେନ ପ୍ରମୁଖ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି କଂଗ୍ରେସ ଦଳରୁ ୨ନଂ ୱାର୍ଡରୁ ଧରଣୀଧର ସୁଆର, ୧୫ରୁ ରୋସନା ବିବି, ୧୦ରୁ ତୁଳସୀ ମହାରଣା, ୯ରୁ କମଳାକାନ୍ତ ବେହେରା, ୮ରୁ ଜ୍ୟୋସ୍ôନାମୟୀ ଜେନା, ୬ରୁ ରଶ୍ମିରଞ୍ଜନ ଦାସ,୧୯ରୁ ରମେଶ ଚନ୍ଦ୍ର ଦାସ, ୧୮ରୁ ଯଯାତି ଦାସ, ୨୧ରୁ ମୀର ମୁର୍ଶିଦ, ୧୧ରୁ ଲୈଲାତୁନ ଖାତୁନ, ୧୨ରୁ ରିହାନା ଖାତୁନ୨୧ରୁ ଲିଙ୍ଗରାଜ କର୧୭ରୁ ସୟଦ ମୁକ୍ତର ଅଲ୍ଲୀ ପ୍ରମୁଖ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ସ୍ୱାଧୀନ ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀମାନଙ୍କ ଭିତରେ ୫ରୁ ହିମାଂଶୁ ଦାଣ୍ଡିଆ, ୨୧ରୁ ଉମେଶ କୁମାର ପାଢୀ, ୧୯ରୁ ମୋନାଲିସା ଦାସ ପ୍ରମୁଖ ଅଛନ୍ତି । ପୂର୍ବରୁ ୧୧ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।


