ଶ୍ରୀଦେବୀଙ୍କୁ ମିଳିଲା ଟଲିଉଡର ବଡ଼ ସମ୍ମାନ

ରେଖା ଓ ସ୍ୱର୍ଗତ ଶ୍ରୀଦେବୀଙ୍କୁ ମିଳିଲା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ସମ୍ମାନ । ଦକ୍ଷୀଣ ଭାରତୀୟ ଫିଲ୍ମ ଅଭିନେତା ତଥା ପ୍ରଯୋଜକ ପଦ୍ମଶ୍ରୀ ଅକ୍କିନେନି ନାଗେଶ୍ୱର ରାଓଙ୍କ ନାଁରେ ଦିଆଯାଉଥିବା “ଏଏନ୍‌ଆର୍ ଆୱାର୍ଡ୍‌’ରେ ଏହି ଦୁଇ ଅଭିନେତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଦକ୍ଷୀଣ ଭାରତୀୟ ଫିଲ୍ମରେ ଅତୁଳନୀୟ ଅବଦାନ ଯୋଗୁ ରେଖା ଓ ଶ୍ରୀଦେବୀଙ୍କୁ “ଏଏନ୍‌ଆର୍ ଆୱାର୍ଡ୍‌’ରେ ସମ୍ମାନିତ କରାଯାଇଛି । ରେଖା ନିଜେ ପହଞ୍ଚି ଏହି ଆୱାର୍ଡ ନେଇଥିବାବେଳେ ଶ୍ରୀଦେବୀଙ୍କ ପାଇଁ ତାଙ୍କ ସ୍ୱାମୀ ବୋନି କପୁର ଏହି ଆୱାଡ୍‌ର୍ ନେବାକୁ ପହଞ୍ଚିଥିଲେ । ଆୱାର୍ଡ ନେବା ସମୟରେ ବୋନି କପୁର ଭାବୁକ ହୋଇପଡ଼ିଥିଲେ । ସେ ମଞ୍ଚରେ ସମସ୍ତଙ୍କୁ ସମ୍ବୋଧିତ କରିଥିଲେ ଓ ଶ୍ରୀଦେବୀଙ୍କ ବିଷୟରେ କହିଥିଲେ । ଇଭେଣ୍ଟରେ ଶ୍ରୀଦେବୀଙ୍କର ଚାଇଲ୍ଡ ଆର୍ଟିଷ୍ଟ କ୍ୟାରିୟରରୁ ବଲିଉଡ୍ ପର୍ଯ୍ୟନ୍ତ ଯାତ୍ରାକୁ ଦେଖାଯାଇଥିଲା । ଏହି ସମୟରେ ବୋନିଙ୍କ ଆଖି ଲୁହରେ ଭରିଯାଇଥିଲା ଓ ଏକ ପ୍ରକରର ଦୁଃଖର ମାହୋଲ ସୃଷ୍ଟି ହୋଇଯାଇଥିଲା । ଅଭିନେତ୍ରୀ ରେଖା ମଧ୍ୟ ଆୱାର୍ଡ୍ ନେବା ସମୟରେ ଶ୍ରୀଦେବୀଙ୍କ ବିଷୟରେ କହିଥିଲେ । ଫିଲ୍ମ “ରିକ୍ସା ମାମା’ରୁ ଚାଇଲ୍ଡ ଆର୍ଟିଷ୍ଟ ଭାବେ କାମ ଆରମ୍ଭ କରିଥିବା ଶ୍ରୀଦେବୀ ତମିଲ୍ ଫିଲ୍ମ “କଢ଼଼ଲ୍ ଭାଇରସ୍‌’ ଜରିଆରେ ଟଲିଉଡ୍ ଇଣ୍ଡଷ୍ଟ୍ରିରେ ଲିଡ୍ ହିରୋଇନ୍ ଭାବେ ଡେବ୍ୟୁ କରିଥିଲେ । ଏହାପରେ ସେ ସାଉଥ୍ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତାଙ୍କ ସହ କାମ କରିଥିଲେ । ଟଲିଉଡରେ ସେ ପାଖାପାଖି ୨୦ଟି ଫିଲ୍ମରେ କାମ କରିଛନ୍ତି । ଶ୍ରୀଦେବୀଙ୍କର ମୃତ୍ୟୁ ଗତ ୨୦୧୮ ଫେବୃଆରୀ ୨୪ରେ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ