କେନ୍ଦ୍ର ମନ୍ତ୍ରୀଙ୍କ ଭଣ୍ଡାରିପୋଖରୀ ଗସ୍ତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-କେନ୍ଦ୍ର ଜାହାଜ ଚଳାଚଳ, ପରିବହନ ଓ ଜଳଶକ୍ତି ମନ୍ତ୍ରୀ ଶାନ୍ତନୁ ଠାକୁର ତିନି ଦିନିଆ ଭଦ୍ରକ ଗସ୍ତରେ ଆସି ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଆଜି ତୃତୀୟ ଦିନରେ ମନ୍ତ୍ରୀ ଶ୍ରୀ ଠାକୁର ଭଣ୍ଡାରିପୋଖରୀ ବ୍ଲକର ବାରିକପୁର ଠାରେ ପହଞ୍ଚି ଥିବା ବେଳେ ସେଠାରେ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ପରେ ମନ୍ତ୍ରୀ ନିକଟ ପାଇ ମହୁରାସ୍ଥିତ ଟେକ୍ସଟାଇଲ ପାର୍କ ବୁଲି ଦେଖିଥିବା ବେଳେ କହରାପୋଖରୀ କ୍ରାନ୍ତି ମଇଦାନ ଠାରେ ପହଞ୍ଚି ସହିଦ ସ୍ମୃତି ସ୍ତମ୍ଭ ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଗନ୍ଧର୍ବବିନ୍ଧା ଆଦିବାସୀ ସାହି ଠାରେ ମନ୍ତ୍ରୀ ପହଂଚି ସେଠାକାର ଅଧିବାସୀ ମାନଙ୍କ ସହିତ ଭାବ ବିନିମୟ କରିଥିଲେ । ମଧ୍ୟାହ୍ନ ସମୟରେ ମଞ୍ଜୁରୀ ସ୍ଥିତ ପ୍ରସିଦ୍ଧ ବଳଦେବଜୀଉ ପୀଠରେ ଶ୍ରୀ ଠାକୁର ପୂଜାର୍ଚ୍ଚନା କରିଥିବା ବେଳେ ସିମିଳିଆ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ କୃପାସିନ୍ଧୁ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାସହିତ ବୈତରଣୀ ନଦୀର କଣ୍ଟି ଏସ୍କେପ ଓ ଆଖୁଆପଦା ଆନିକଟ ପରିଦର୍ଶନ କରି ମନ୍ତ୍ରୀ ଭଦ୍ରକ ଫେରିଯାଇ ଏକ ସମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିବା ଜଣାଯାଇଛି । ମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ, ବିରଞ୍ଚି ତ୍ରିପାଠୀ, ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରିନାରାୟଣ ଧଳ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ସିପ୍ରା ବାଜପେୟୀ, ସମ୍ପାଦିକା ତପସ୍ୱିନୀ ମହାପାତ୍ର, ବିଧାନସଭା ସଂଯୋଜକ ପ୍ରକାଶ ମହାପାତ୍ର, ହରପ୍ରିୟା ସାହୁ, ଚନ୍ଦ୍ରଶେଖର ନନ୍ଦ, ମନସ୍ମିତା ଖୁଣ୍ଟିଆ, ଶ୍ରୀଧର ସ୍ୱାଇଁ, ପ୍ରଫୁଲ୍ଲ ସାହୁ, ଗିରିଶ ସାମଲ, ଜୟସ୍ମିତା ଗୋଛାୟତ ପ୍ରମୁଖ ଉପସ୍ଥିତ ଥିଲେ ।


