କେବିସି ହଟ୍ ସିଟ୍‌ରେ ବିଲେଇ !

ମୁମ୍ବାଇ : କୌନ ବନେଗା କରୋଡପତିର ସିଜନ୍‌-୧୧ରେ ହୋଷ୍ଟ ଭାବରେ ଅମିତାଭ ବଚ୍ଚନ କେବଳ ଶିକ୍ଷଣୀୟ ମେସେଜ୍ ଦେଇନଥା’ନ୍ତି, ଖେଳିବାକୁ ଆସୁଥିବା ପ୍ରତିଯୋଗୀଙ୍କ ସହିତ ମଜାମସ୍ତି ମଧ୍ୟ କରିଥା’ନ୍ତି । ନିକଟରେ କେବିସିର ଶୁଟିଂ ସେଟରେ ଏମିତି ଜଣେ ପ୍ରତିଯାଗୀ ଖେଳିବା ପାଇଁ ଆସି ପହଞ୍ଚିଥିଲେ, ଯାହାର ଫଟୋକୁ ସୋଶାଲ ମିଡିଆରେ ଶେଆର୍ କରିବା ପାଇଁ ବିଗ୍ ବି ଭୁଲି ନାହାନ୍ତି । ସେହି ପ୍ରତିଯୋଗୀ କେହି ବ୍ୟକ୍ତି ନୁହଁନ୍ତି, ବରଂ ଗାଟିଏ ବିଲେଇ । ଯାହାର ଫଟୋକୁ ଶେଆର୍ କରି ବିଗ୍ ବି ଲେଖିଛନ୍ତି, ବିଲେଇ, ବିଲେଇ..କେବିସିରେ ଖେଳିବା ପାଇଁ ବିଲେଇ ଆସିଛି । ଅମିତାଭ ଶେଆର୍ କରିଥିବା ଗୋଟିଏ ଫଟୋରେ ବିଲେଇଟି ତାଙ୍କୁ ଏକ ଲୟରେ ଚାହିଁ ରହିଛି । ସେହିପରି ଅନ୍ୟ ଏକ ଫଟୋରେ ବିଲେଇଟି କେବିସିର ଚଟାଣରେ ଗଡ଼ି ଖେଳୁଛି । ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ସୁସ୍ଥ ହେବା ପରେ ଅମିତାଭ ପୁଣି ଥରେ “କୌନ୍ ବନେଗା କରାଡପତି’ର ଶୁଟିଂ ଆରମ୍ଭ କରି ସାରିଛନ୍ତି । ଟ୍ୱିଟ୍ କରି ଅମିତାଭ ଏହି ସୂଚନା ଦେଇଥିଲେ । ଆଗାମୀ ଦିନରେ ବିଗ୍ ବି’ଙ୍କୁ ଦର୍ଶକମାନେ “ବ୍ରହ୍ମାସ୍ତ୍ର’, “ଗୁଲାବା ସୀତାବା’ ଓ “ଝୁଣ୍ଡ’ ପରି ଫିଲ୍ମରେ ଦେଖିବାକୁ ପାଇବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ