ରିମିକ୍ସ କରୁଥିବା ମ୍ୟୁଜିସିଆନ୍‌ଙ୍କୁ ବିଶାଲ୍‌ଙ୍କ ଚେତାବନୀ

ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ରିମିକ୍ସର ଜମାନା । ଏବେ ପର୍ଯ୍ୟନ୍ତ ପ୍ରାୟ ଅନେକ ଗୀତକୁ ପୁଣି ଥରେ ରିକ୍ରିଏଟ୍ ବା ରିମିକ୍ସ କରାଯାଇଛି । ହେଲେ ଏ ଟ୍ରେଣ୍ଡ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦଦଲାନୀଙ୍କୁ ପସନ୍ଦ ଆସିନାହିଁ । ସେ ସୋଶାଲ୍ ମିଡିଆ ପୋଷ୍ଟ ଜରିଆରେ ସିଧାସଳଖ ଭାବେ ଚେତାବନୀ ଦେଇଛନ୍ତି ଯେ, ଯଦି କେହି ତାଙ୍କ ଗୀତକୁ ରିମିକ୍ସ କରିବାକୁ ଚେଷ୍ଟା କରେ ତେବେ ସେ ତାଙ୍କ ଉପରେ କେସ୍ କରିଦେବେ । ପୂର୍ବରୁ ବିଶାଲ-ଶେଖରଙ୍କ ଗୀତ “ସାକି ସାକି’କୁ ରିମିକ୍ସ କରାଯାଇଛି । ଏଥିରେ ସେ ବହୁତ କ୍ଷୋଭ ପ୍ରକାଶ କରିଥିଲେ । ଏବେ ପୁଣି ତାଙ୍କର ଅନ୍ୟ ଗୀତକୁ ରିମିକ୍ସ କରାଯିବା ଯାଜନା ଚାଲିଥିବା ଶୁଣି ସେ ନିଜ ଇନ୍‌ଷ୍ଟାଗ୍ରମରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, “ଚେତାବନୀ, ଆମ ଅନୁମତି ବିନା କେହି ବିଶାଲ୍‌-ଶେଖର ସଂଗୀତକୁ ରିମିକ୍ସ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଯଦି କିଏ ଏପରି କରୁଛି ତେବେ ମୁଁ ସିଧା କୋର୍ଟ ଯିବି । ସେ ମାର ବନ୍ଧୁ ବି ହେଇଥାନ୍ତୁ ନା କାହିଁକି । “ସାକି ସାକି’ ପରେ ମୁଁ ଶୁଣିଲି ଏବେ କିଛି ଲୋକ ମୋ ଗୀତ, “ଦଶ ବାହାନେ’, “ଦି ଦାର୍ ଦେ’, “ସଜନା ଜି ୱାରି ୱାରି’ ଓ “ଦେଶୀ ଗର୍ଲ’ର ରିମିକ୍ସ ତିଆରି କରିବାକୁ ଯୋଜନା କରୁଛନ୍ତି । ଏପରି ନ କରି ସେମାନେ ନିଜ ଗୀତ ତିଆରି କରନ୍ତୁ ।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ