କେର୍ଣ୍ଣ୍ ଅଏଲ୍ ଏବଂ ଗ୍ୟାସ୍ ଉତ୍ପାଦନ ପାଇଁ ୧୦ ବର୍ଷ ପୂର୍ତି ପାଳନ

ଭୁବନେଶ୍ୱର,-ଭାରତର ଅଗ୍ରଣୀ ଅଶୋଧିତ ତୈଳ କମ୍ପାନି ବେଦାନ୍ତ ଲିମିଟେଡ୍ର କେର୍ଣ୍ଣ ଅଏଲ୍ ଏବଂ ଗ୍ୟାସ୍ ଉତ୍ପାଦନ କ୍ଷେତ୍ରରେ ମଙ୍ଗଳା ଅଏଲ୍ ଫିଲ୍ଡ ଅପରେଶନ୍ର ୧୦ ବର୍ଷ ପୂର୍ତି ପାଳନ କରିଛି । ମଙ୍ଗଳା ୨୦୦୯ ଅଗଷ୍ଟ ୨୯ରେ ଉତ୍ପାଦନ ଆରମ୍ଭ କରିଥିବା ବେଳେ ଇତି ମଧ୍ୟରେ ୩୦ ବର୍ଷ ପୂରଣ କରିଛି । ଏହା ରାଜସ୍ଥାନର ବାରମେରରେ ରହିଛି । ଏହା ୪୧୪ ନିୟୁତ ବ୍ୟାରେଲ୍ ଅଶୋଧିତ ତୈଳ ଉତ୍ପାଦନ କରିଥାଏ । ଏହାର ହାରାହାରି ଉତ୍ପାଦନ ୫୩୨ ନିୟୁତ ବ୍ୟାରେଲ୍ ଥିବାବେଳେ ଏହା ରାଜସ୍ଥାନ ସରକାରଙ୍କୁ ୩୩,୫୦୦ କୋଟି ଟଙ୍କାର ରାଜସ୍ୱ ପ୍ରଦାନ କରିଥାଏ । ଏହା ଭାରତର ୨୨ ପ୍ରତିଶତ ଅଶୋଧିତ ତୈଳ ଉତ୍ପାଦନ କରିଥାଏ । ଆଧୁନିକ ଜ୍ଞାନକୌଶଳ ଆଧାରରେ ମଙ୍ଗଳା ଏକ ନୂତନ ଅଧ୍ୟାୟ ସୃଷ୍ଟି କରି ପାରିଛି । ଏହା ସହିତ ଦକ୍ଷ ମାନବ ସମ୍ବଳ ମାଧ୍ୟମରେ ଏହା ଅଗ୍ରଗତି ଜାରି ରଖିଛି । ମଙ୍ଗଳା ପଳିମର ଫ୍ଲଡିଂ ଜ୍ଞାନକୌଶଳ ସହାୟତାରେ ଆଲକାଲାଇନ୍ ସର୍ଫାକ୍ଟାଂଟ୍ ପଲିମରର ଉପଯୋଗ କରିଥାଏ । ଏହା ଦ୍ୱାରା ବାରମେର ଜିଲ୍ଲାର ମୁଣ୍ଡ ପିଛା ଆୟ ପାଖାପାଖି ୬୫୦ ପ୍ରତିଶତ ବୃଦ୍ଧି ପାଇ ୩୩ଟି ଜିଲ୍ଲା ମଧ୍ୟରେ ସର୍ବର୍ାଧିକ ରହିଛି ।କେର୍ଣ୍ଣ ଅଏଲ୍ ଏବଂ ଗ୍ୟାସ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ମଧ୍ୟ ଆଗୁଆ ରହିଛି । ଏହା ୧୬ ଲକ୍ଷ ଲୋକଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିପାରିଛି । ଏହାର ପରିସୀମାରେ ବାସ କରୁଥିବା ୭୦ ପ୍ରତିଶତ ଲୋକଙ୍କ ବିକାଶ ସମ୍ଭବ ହୋଇ ପାରିଛି ।ଏହି ଅବସରରେ ବେଦାନ୍ତ ଲିମିଟେଡ୍ର କେର୍ଣ୍ଣ ଅଏଲ୍ ଏବଂ ଗ୍ୟାସ୍ର ସିଇଓ ଅଜୟ କୁମାର ଦୀକ୍ଷୀତ୍ କହିଲେ, ଗତ ୧୦ ବର୍ଷ ମଧ୍ୟରେ ଆମେ ଅଏଲ୍ ଏବଂ ଗ୍ୟାସ୍ କ୍ଷେତ୍ରରେ ଭାରରେ ନୂଆ କ୍ରାନ୍ତି ଆଣିପାରିଛୁ । ମଙ୍ଗଳା ସହାୟତାରେ ସ୍ଥାନୀୟ ଅଂଚଳର ସମେତ ଦେଶର ଆର୍ଥିକ ଓ ସାମାଜିକ ବିକାଶ ସମ୍ଭବ ହୋଇପାରିଛି । ବାରମେର ବାସିନ୍ଦାଙ୍କ ଆର୍ଥିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ରାଜସ୍ଥାନ ବ୍ଳକ୍ରେ ମଙ୍ଗଳା, ଭାଗ୍ୟମ୍ ଏବଂ ଐଶ୍ଚର୍ଯ୍ୟା ଆଦି ୩ ପ୍ରମୁଖ ଉତ୍ପାଦନ ସ୍ଥାନ ରହିଛି । ଏଠାରୁ ୨.୨ ବିଲିୟନ୍ ବ୍ୟାରେଲ ଅଶୋଧିତ ତୈଳ ଉତ୍ପାଦିତ ହୋଇଥାଏ । ସମ୍ପ୍ରତି କେର୍ଣ୍ଣ ଏଠାରେ ୩.୨ ବିଲିୟନ୍ ଡଲାର ନିବେଶ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ