କେଶପୁର ପଂଚାୟତରେ ମନରେଗା ପ୍ରକଳ୍ପରେ କାମକରି ଶ୍ରମିକ ମଜୁରୀ ପାଇନଥିବା ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କେଶପୁର ଗ୍ରାମପଂଚାୟତର ଜବକାର୍ଡଧାରୀ ଶ୍ରମିକମାନେ ମନରେଗା ପ୍ରକଳ୍ପରେ କାର୍ଯ୍ୟ କରି ମଜୁରୀ ପାଇନଥିବା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କ ନିକଟରେ ଅଭିଯୋଗ କରିଛନ୍ତି । କୋଭିଡ ସମୟରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏହି ଶ୍ରମିକମାନେ ମାସାଧିକକାଳ କାମକରି ଦୀର୍ଘ ୮ମାସ ହେବ ମଜୁରୀ ନପାଇ ଭୋକଉପାସରେ କାଳାତିପାତ କରୁଥିବା ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସରପଂଚ, ବିଡିଓଙ୍କୁ ବାରମ୍ବାର ଅଭିଯୋଗ ସତ୍ୱେ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ଏଣୁ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରାଯାଇ ସେହି ଗରୀବ ଶ୍ରମିକମାନଙ୍କୁ ସେମାନଙ୍କ ମଜୁରୀ ତୁରନ୍ତ ପ୍ରଦାନ କରାଯିବାକୁ ଭାରତୀ ଜେନା, ଅଞ୍ଜନା ଜେନା, ତୁଳସୀ ଜେନା, କନକ ଜେନା, ଅଞ୍ଜଳି ଜେନା, ଝାମ୍ପୁରୀ ଜେନା, ମମତା ଜେନା, ମଞ୍ଜୁଲତା ଜେନା, ସସ୍ମିତା ଜେନା, ସଂଯୁକ୍ତା ଜେନା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ