କେ.ସୀତାପୁର ପଞ୍ଚାୟତର ନୂତନ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଗ୍ରାମ ପଞ୍ଚାୟତରେ ନୂତନ ସରପଞ୍ଚ ଭାବେ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି କେ.ତେଜେଶ୍ବର ରାଓ । ଗତ ଫେବୃଆରୀ ୨୨ ତାରିଖ ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଭାବେ ନିର୍ବାଚନରେ ବିପୁଳ ଭୋଟ ସଂଖ୍ୟା ରେ ବିଜୟ ଲାଭ କରିଥିଲେ ।  ଆଜି ପୂର୍ବତନ ସରପଞ୍ଚ ଉରୀୟାନୀ ଶବରଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ କହିଛନ୍ତି ସେ ଲୋକ ଙ୍କ ସହ ମିଶି ରହିବେ ଏବଂ ଯଥା ଶକ୍ତି ସେ ଲୋକମାନଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ଲୋକଙ୍କ ଗହଣ ରେ ଶପଥ ପାଠ କରିଛନ୍ତି ।   ଏହି ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ପଞ୍ଚାୟତବାସୀ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୟକାରଧ୍ବନୀ ଦେଇଥିବାବେଳେ ଦାୟିତ୍ୱ ଗ୍ରହଣକରିଥିବା ନୂତନ ସରପଞ୍ଚ ଶ୍ରୀରାଓଙ୍କୁ ପୁଷ୍ପମାଲ୍ୟ ତଥା ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ